ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଜେଡିର ପୁରୁଣା ସଂଙ୍ଗଠକ ତଥା ନୁଆ ରାୟଗଡା ଜିଲ୍ଲା ସଭାପତୀ ଏନ୍ ଭାସ୍କର ରାଓ ଗୁଣୁପୁର ଗସ୍ତ କରି ଦଳୀୟ କର୍ମୀ ଙ୍କୁ ନେଇ ବୈାଠକ କରିଥିଲେ। ଗୁଣପୁର ଠାରେ ଥିବା ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାର ଏହି ବିଜେଡି ବୈାଠକ ଅନୁଷ୍ଟିତ ହୋଇଥିଲା। ନୁଆ ସଭାପତୀ ଙ୍କୁ ସ୍ବାଗତ କରିଥିଲେ ଦଳୀୟ ନେତା। ଆସନ୍ତା ସାଧାରଣ ନିର୍ବାଚନ ରେ ବିଜେଡି ଦଳ ରାୟଗଡା ଜିଲ୍ଲାରେ କିଭଳି ଭଲ ନେତ୍ବତ୍ବ ନେଇ ତିନି ଜଣ ବିଧାୟକ ପ୍ରାର୍ଥୀ ବାଜିମାତ କରିବେ ଏନେଇ ବୈାଠକରେ ଆଲୋଚନା ହୋଇଥିଲା। ଗୁଣୁପୁର ନିର୍ବାଚନ ମଣ୍ଡଳିରେ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ରହିଛନ୍ତ। ଲୋକସଭା ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ଆଜି ନେତା ଓ କର୍ମୀ ଙ୍କୁ ଗୁରୁମନ୍ତ୍ର୍ର ଦେଇଛନ୍ତି ଏନ୍ ଭାସ୍କର ରାଓ। କର୍ମୀ ଓ ନେତା ଏକତ୍ରିତ ହୋଇ କାମ କରିବା , ସରାକାରଙ୍କ ବିକାଶ କୁ ମୁଦା କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କର୍ମୀ ଓ ନେତା ଙ୍କୁ କହିଥିଲେ।ଏବଂ ସେ କହିଥିଲେ ପୁରୁଣା କଥାକୁ ଭୁଲି ଓ ମନୋମାଳିନା ଛାଡି କିପରି ଗୋଟେ ହେବା । ଆଗକୁ କର୍ମୀ ସମ୍ନୀଳନୀ ହେବ ଅନେକ ନୁଆ ପୁରଣା ନେତା ବିଜେଡିରେ ସାମିଲ୍ ହେବେ। ଦଳ ପୁଣି ଗୁଣପୁର ନିର୍ବାଚନ ମଣ୍ଡଳିକୁ ନିଜର ଦଖଲ କୁ ନେବ ବୋଲି ଜିଲ୍ଲା ସଭାପତୀ କହିଛନ୍ତି।