ରାଉରକେଲା,(ବସନ୍ତ କୁମାର ଜେନା): ଆଜି ହକି ଭିଲେଜ ସ୍ଥିତ ମେଫେୟାର ହୋଟେଲରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଓ ମଣ୍ଡଳ କାର୍ଯ୍ଯକର୍ତ୍ତାଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ସିଂହ ତୋମାରଙ୍କ ସମେତ ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି, ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଶଙ୍କର ଓରାମ, ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ କୁସୁମ ଟେଟେ, ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ନରସିଂହ ମିଞ୍ଜ, ରଘୁନାଥପାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଦୂର୍ଗା ତନ୍ତୀ, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସେବତୀ ନାଏକ, ଲୋକସଭା ପ୍ରଭାରୀ ଦିନେଶ ଜୈନ, ଲୋକସଭା କନଭେନର ବଟକିଶୋର ମିଶ୍ର, ଲୋକସଭା ଭିସ୍ଟାକ ଆଶୀଷ କୁମାର ଠାକୁର, ରାଜ୍ଯ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେରକେଟା, ରାଜ୍ୟ ପ୍ରବକ୍ତା ଧୀରେନ ସେନାପତି, ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଅନୀଲ ବାର୍ଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାସବିହାରୀ ପ୍ରଧାନ, ଅଜୟ ପଟେଲ, ପ୍ରମିଳା ଦାସ, ବରିଷ୍ଠ କାର୍ଯ୍ଯକର୍ତ୍ତା ରାଜନ ପଟେଲ ପମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ଆସନ୍ତା ସାଧାରଣ ନିର୍ବାଚନରେ, ସୁନ୍ଦରଗଡ ଲୋକସଭା ଆସନ ପାଇଁ ନିର୍ବାଚନ ପ୍ରସ୍ତୁତି, ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ, ପ୍ରାର୍ଥୀଙ୍କ ଗସ୍ତ, ନିର୍ବାଚନମଣ୍ଡଳୀକୁ ଆସୁଥିବା ନିର୍ବାଚନ ସମ୍ଭନ୍ଧିତ ସମସ୍ତ ପଦାର୍ଥର ବିତରଣ, ମିଡିଆ ସହିତ ଦୈନିକ ବାର୍ତ୍ତା ଆଦାନ ପ୍ରଦାନ, ଷ୍ଟାର କେମ୍ପେନରମାନଙ୍କ ଗସ୍ତ ଇତ୍ଯାଦି ବିଷୟରେ ଆଲୋଚନା ହୋଇଥିବା ବିଷୟରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତଥା ସାଂସଦ ଜୁଏଲ ଓରାମ ସୂଚନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.