ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ଇଦ୍ ପର୍ବ ପାଳନ ସହ ନମାଜ ପାଠ ଏବଂ ରୋଜାର ପର୍ବ

0

ଜଗତସିଂହପୁର,ତା-୧୧.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ପବିତ୍ର ଇଦ୍ ପର୍ବ ପାଳନ ପାଇଁ ସମୂହ ନବାଜ ପାର୍ଥ ଓ ଇଦ୍ ମୁବାରକ ପାଳିତ l ଇସଲାମ ଧର୍ମାମ୍ଭଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ ଚଳିତ ବର୍ଷ ପୁରା ୩୦ ଦିନର ଉପବାସ ରଖି ପବିତ୍ର ରମଜାନ ମାସ ସମ୍ପୂର୍ଣ୍ଣ ହେଇଛି l ପ୍ରତିଦିନ ବର୍ଷ ଭଳି ଚଳିତ ବର୍ଷ ରାମଜାନରେ କଷ୍ଟ ଉପବାସ ରହିଥିଲେ ମୁସଲମାନ ସମ୍ପ୍ରଦାୟର ଲୋକେ l ସକାଳ ୭ ଟାରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ନମାଜ ପାଠ କରାଯାଇଥିଲା l ପରେ ସମସ୍ତେ ପରସ୍ପରକୁ ଆଲିଙ୍ଘନ କରି ଇଦ୍ ମୁବାରକ ଶୁଭେଚ୍ଛା ଜଣାଇଥିଲେ l ଏହି ପର୍ବ ପାଳନ ପାଇଁ ଘରେ ଘରେ ଆନନ୍ଦ ଉତ୍ସାହର ମାହୋଲ ବଳିକି ବଳି ସୁସ୍ୱାଦୁ ଓ ସୁବିଷ୍ଟ ଖାଦ୍ୟ ସାଙ୍ଗକୁ ପରିବାରର ପ୍ରତ୍ୟକ ସଦସ୍ୟ ନୂଆ ପୋଷାକ ପିନ୍ଧି ଇଦ୍ ପର୍ବ ପାଳନ କରୁଛନ୍ତି l ଭାଇଚାରା ଓ ସ୍ନେହ ଶ୍ରଦ୍ଧାର ପ୍ରତୀକ ଇଦ୍ ପର୍ବକୁ ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳିତ କରୁଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ l ଏହି ପର୍ବରେ ହିନ୍ଦୁ ମୁସଲିମ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ କରିବା ସହିତ ଭାଇଚାରା ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିଥାନ୍ତି l ଚଳିତ ବର୍ଷ ୩୦ଟି ରୋଜା ତଥା ଉପବାସ ରଖି ଆନନ୍ଦ ଉଲ୍ଲାସର ସହିତ ରୋଜାର ଏହି ରମଜାନ ମାସକୁ ବିଦାୟ ଦିଆଯାଇଛି l ମୁସଲମାନ ସାମ୍ପ୍ରଦାୟର ବଡ଼ ପର୍ବ ହେଉଛି ଇ-ଦୁଲ-ଫିତର , ଏହି ପର୍ବରେ ମୁସଲମାନ ପରିବାର ଲୋକମାନେ ନିଜର ବନ୍ଧୁ ବାନ୍ଧବ ଘରକୁ ମିଠା ଓ ଉପହାର ନେଇ ଇଦ୍ ମୁବାରକ ଜଣାଇଥାନ୍ତି l ଏହି ପର୍ବରେ ସମସ୍ତ ମୁସଲିମ ପରିବାର ଲୋକେ ଏକାଠି ହୋଇ ବେଶ ଧୂମଧାମରେ ଏହି ପର୍ବକୁ ପାଳନ କରିଥାନ୍ତି l ମୁସଲମାନମାନଙ୍କ ଏହି ପର୍ବରେ ହିନ୍ଦୁ ମୁସଲମାନ ଏକତ୍ରିତ ହୋଇ ଭାଇଚାରାର ପବିତ୍ର ପର୍ବକୁ ପାଳନ କରିଥାନ୍ତି l ଜୋତ କାନପୁରର ମୁସଲମାନ ସମ୍ପ୍ରଦାୟ ଲୋକମାନେ ଧୂମଧାମରେ ଏହି ଇଦ୍ ପର୍ବ ପାଳନ କରିଛନ୍ତି l

Leave A Reply

Your email address will not be published.