ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ଜଳ ସେବା ଶିବିର

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡାକ୍ତର କାଳି ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ଜଳ ସେବା ଶିବିର ଆରମ୍ଭ ହୋଇଯାଇଛି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ କୁ ଆଖି ଆଗରେ ରଖି ଏହି ଜଳ ସେବା ଶିବିର ଜାରି ରହିବ ବୋଲି ଜିଲ୍ଲା ସଂପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର କହିଛନ୍ତି। ଏହି ଜଳ ଶିବିର ରେ ଦହିସରବତ , ଲେମ୍ବୁ ପାଣି ବଣ୍ଟନ କରୁଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଡ଼. ମାୟାଧର ସାହୁ ଏହି ସେବା ମୂଳକ କାଯ୍ୟକ୍ରମ କୁ ସ୍ୱାଗତ ଜଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମନୋଜ ରଞ୍ଜନ ଦଳାଇ ଏହି ସେବା
ଆଗାମୀ ଦିନରେ ଜାରୀ ରଖିବା ପାଇଁ କହିଥିଲେ।
ଏହି ସେବା ଶିବିର କୁ ଜିଲ୍ଲାର ସ୍କାଉଟ୍ସ ଓ ଗାଇଡ୍ସର ଶିକ୍ଷକ , ଶିକ୍ଷୟତ୍ରୀ ପ୍ରଦୀପ ସାମଲ , କିଶୋର ଚନ୍ଦ୍ର ଦାସ , ଧିରେନ୍ଦ୍ର ସାମଲ , କିଶୋର ସାମଲ , ତପସ୍ପିନୀ ପଣ୍ଡା , ରେଖାରାଣୀ ଦେଓ , ଅଜୟ ବିଶ୍ୱାଳ , କେ. ଭି. ରେଡି , ଲିଙ୍ଗରାଜ ସାହୁ , ଦର୍ଶିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଜଳ ଦାନ ସେବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.