ନବୀନ ଘୋଷଣା କଲେ ବିଧାନସଭା ପାଇଁ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସହ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପାଇଁ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସହ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି |  ବିଜେପି ଛାଡି ଆସିଥିବା ଲେଖାଶ୍ରୀ ସମନ୍ତସିଂହାରଙ୍କୁ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଥିବା ବେଳେ ବିବାଦ ଭିତରେ ଥିବା ଭୁବନେଶ୍ୱର ମଧ୍ୟ ଆସନ ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ କରିଛି ଦଳ | 

ଘୋଷିତ ପ୍ରାର୍ଥୀ ତାଲିକା

ବାଲେଶ୍ବର ଲୋକସଭା- ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା
ଲକ୍ଷ୍ମୀପୁର- ପ୍ରଭୂ ଜାନୀ
ତେଲକୋଇ- ମାଧବ ସର୍ଦ୍ଦାର
ପାରାଦୀପ- ଗୀତାଞ୍ଜଳୀ ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତାଳଚେର- ବ୍ରଜକିଶୋର ପ୍ରଧାନ
ନର୍ଲା- ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର

Leave A Reply

Your email address will not be published.