ଭୁବନେଶ୍ବର: ଟିକେଟ ଖଣ୍ଡିଏ ପାଇବା ପାଇଁ ବଡ ବିକଳ ଅବସ୍ଥାରେ ଥିବା ଶ୍ରୀଯୁକ୍ତ ଦେବାଶିଷ ନାୟକଙ୍କୁ ଯାହା ଲେଖିକି ଦିଆଗଲା, ସେତିକି ଆସି ଗଣମାଧ୍ୟମ ସାମ୍ନାରେ ପଢ଼ିଦେଇଚାଲିଗଲେ।ଯଦି କାଲି ତାଙ୍କୁ ଓଡିଶା ବିଜେପି ଟିକେଟ ନଦିଏ ତେବେ ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି ଦେବାକୁ ମଧ୍ୟ ସେ ପଛାଇବେ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।
ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ନିଜ ରାଜନୈତିକ କ୍ୟାରିୟରରେ କେବେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିନଥିବା ତଥା ନିଜ ସ୍ୱାର୍ଥକୁ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଶ୍ରୀଯୁକ୍ତ ନାୟକଙ୍କର ସାର୍ଟିଫିକେଟର କୌଣସି ଆବଶ୍ୟକତା ନାହିଁ।ସାଢେ ୪ କୋଟି ଓଡ଼ିଶାବାସୀ ଜାଣିଛନ୍ତି କିଏ କଣ।
Sign in
Sign in
Recover your password.
A password will be e-mailed to you.
Next Post