ବ୍ରହ୍ମପୁର, ଏପ୍ରିଲ୍ ୧୦: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର ରଖିବା, ନିଜର ସୁରକ୍ଷା ଉପକରଣର ବ୍ୟବହାର, ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣରୁ ପୃଥକ ରହିବା ଓ ବ୍ୟବହୃତ ହେଉଥିବା ଉପକରଣ ଗୁଡ଼ିକୁ ଜୀବାଣୁ ରହିତ କରିବା ଆଦି ପଦକ୍ଷେପ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଅତ୍ୟନ୍ତ ଆବଶ୍ୟକୀୟ ଅଟେ।
ଏହି ଆଲୋଚନାଚକ୍ରରେ ପୁଡୁଚେରୀ ସ୍ଥିତ ଜବାହର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ର କ୍ଲିନିକାଲ୍ ମାଇକ୍ରୋବାୟୋଲଜିଷ୍ଟ ଡ଼.ଅପୂର୍ବ ଏସ୍. ଶାସ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଡ଼. ଶାସ୍ତ୍ରୀ ହସ୍ପିଟାଲ୍ରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗବେଷଣା କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ୍ର ଡାଇରେକ୍ଟର ଶ୍ରୀ ଦେବ ପ୍ରସାଦ ଦାଶ ଆୟୋଜନ କରିଥିବା ବେଳେ ଏହାର ମେଡିକାଲ୍ ସୁପରିଟେଣ୍ଡେଂଟ ଡ଼. ଆନନ୍ଦ ଶାସ୍ତ୍ରୀ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତାଙ୍କୁ ଡ. ଇ. ସଞ୍ଜୀବ ରାଓ ସମ୍ବର୍ଦ୍ଧିତ କରିଥିଲେ ଏବଂ ଡ. ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.