ଜନସମ୍ପର୍କ ସାଙ୍ଗକୁ ସାମାଜିକ ପ୍ରତିବଦ୍ଧତା : ରାଜନୀତିରେ ରହି ବି ସମାଜ ପ୍ରତି ସମର୍ପିତ ରୁଦ୍ର

0

ଭୁବନେଶ୍ୱର : ଗତକିଛି ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମ୍ପର୍କ ଯାତ୍ରା। ତେବେ ରୁଦ୍ର କେବଳ ରାଜନୈତିକ ନୂହେଁ ବରଂ ସାମାଜିକ କାର୍ଯ୍ୟରେ ମଧ୍ୟ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର କଥା ଶୁଣି ନିଜର ସମସ୍ତ କାର୍ଯ୍ୟ ଛାଡି ତାଙ୍କ ଦ୍ଵାରା ପରିଚାଳିତ ଶେଷସାଥୀ ସ୍ଵର୍ଗରଥ ସାହାଯ୍ୟରେ ମୃତ ଶରୀରକୁ ସସମ୍ମାନେ ଶ୍ମଶାନରେ ପହଞ୍ଚାଇବା ସହ ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଭୁବନେଶ୍ୱରର ୱାର୍ଡ଼ ନଂ 36 ଅନ୍ତର୍ଗତ ୟୁନିଟ୍ 4 ମାର୍କେଟ ଠାରେ ପହଂଚି ସମସ୍ତ ବ୍ୟବସାୟୀ ଭାଇ ତଥା ମାର୍କେଟକୁ ଆସିଥିବା ଜନସାଧାରଣଙ୍କୁ ପବିତ୍ର ତୁଳସୀ ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ।

ଏହାପରେ ନିକଟସ୍ଥ ମା ମଙ୍ଗଳା ବିଜୁ ଆଦର୍ଶ କଲୋନୀର ନିବାସୀ ମାନଙ୍କ ପାଖରେ ବ୍ୟକ୍ତିଗତ ଭାବେ ପହଂଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ଉତ୍ସାହିତ କରିଥିଲେ।
ଆଜି ଗୋଟିଏ ଦିନରେ ଦୋକାନ, କଲୋନୀ,ବସ୍ତି ଭଳି ସବୁ ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କ ସହ ରୁଦ୍ର ସମ୍ପର୍କ ଯାତ୍ରା କରିଥିବା ବେଳେ ସାଧାରଣ ଜନତା ମଧ୍ୟ ସ୍ଵଇଚ୍ଛାରେ ତାଙ୍କର ଏହି ଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। କେବଳ ଜୀବିତ ନୂହେଁ ବରଂ ମୃତ୍ଯୁବରଣ କରିସାରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିଜ ସକ୍ଷମତା ଅନୁଯାୟୀ ସହାୟତା ଯୋଗାଉଛନ୍ତି ରୁଦ୍ର।
ନିର୍ବାଚନ ନିମନ୍ତେ ଅନ୍ୟ ସମସ୍ତ ନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ରୁଦ୍ର ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଜନସାଧାରଣଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡିହୋଇ ତାଙ୍କ ସମସ୍ୟା ବୁଝିବା ନିଶ୍ଚୟ ତାଙ୍କୁ ରାଜ୍ୟ ରାଜନୀତିରେ ଏକ ସ୍ଵତନ୍ତ୍ର ରାଜନେତାର ପରିଚୟ ଦେଉଛି।

Leave A Reply

Your email address will not be published.