ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୪/୨୪ ଆଗାମି ସାଧାରଣ ନିର୍ବାଚନ ଅବାଧ ଓ ନିରପେକ୍ଷ କରିବାକୁ ଅବକାରୀ ବିଭାଗ ତରଫରୁ ନିର୍ବାଚନ ଆଚରଣ ସଂହିତା ଲାଗୁପରେ ବିଭିନ୍ନ ସ୍ଥାନରେ ଧର ପଗଡ ଜାରି ରହିଛି। ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ନିରିକ୍ଷିକା ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନରେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳ ରେ ଅବକାରୀ କର୍ମଚାରୀ ମାନେ ପେଟ୍ରଲିଂ କରୁଥିଲେ। ଦିନ ପ୍ରାୟ ୧୨ ଘଣ୍ଟ ସମୟରେ ଡାବୁଗାଁ ଅବକାରୀ ଥାନା ଅନ୍ତର୍ଗତ ବନ୍ଧକନା ଚିଚିବାଈ ଗ୍ରାମ ରାସ୍ତାରେ ଏକ ଅଟୋ ନ (ଓଡି ୨୪ ଏଫ ୯୬୩୩) ରେ ଜଣେ ଯୁବକ ଗୁଡାଏ ବସ୍ତା ଭର୍ତ୍ତି କରି କିଛି ନେଉଥିବା ଜଣା ପଡିଥିଲା।ଅବକାରୀ କର୍ମଚାରୀଙ୍କୁ ଏହା ସନ୍ଦେହ ହେବାରୁ ଅଟୋ ଗାଡି କୁ ରଖି ଡ୍ରାଇଭର କୁ ପଚରା ଉଚୁରା କରିଥିଲେ।ଅଟୋ ମଧ୍ୟରେ ଯୁବକ ଜଣକ ବେଆଇନ ଭାବେ ୧୮ ବସ୍ତା ମହୁଲ ଫୁଲ ଯାହାର ଓଜନ ୭୨୦ କେଜି ଦେଶୀ ମଦ ରାନ୍ଧିବା ନିମନ୍ତେ ନେଉଥିବା ଜଣା ପଡ଼ିଥିଲା । ତୁରନ୍ତ ଅବକାରୀ କର୍ମଚାରୀ ଅଭିଯୁକ୍ତ ଯୁବକ ସଲିମ୍ଜ ଧର (୨୪) କୁ ଗିରଫ କରିବା ସହ ଅଟୋ କୁ ମଧ୍ୟ ଜବତ କରିଥିଲେ। ଅଭିଯୁକ୍ତ ଯୁବକ ନିକଟ କୁମ ଝରିଆ ଗୁଡା ର ବୋଲି ଜଣା ପଡ଼ିଛି। ଏ ନେଇ ଅବକାରୀ କେସ ନ ୦୬/୨୪/୨୫ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ସୁରେଖା ଭତରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post