କୁଚିଣ୍ଡା ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ

0

ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର: ଧର୍ମେନ୍ଦ୍ର ପ୍ରଧାନ

  • • କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖି ଚିନ୍ତା ବ୍ୟକ୍ତକଲେ

  • • କୁଚିଣ୍ଡା ଉପଖଣ୍ଡରେ ଖାଲି ପଡ଼ିଛି ୧୦୧ ଡାକ୍ତର ପଦବୀ

  • • ୨୫ ବର୍ଷର ଶାସନରେ ୪୦.୭% ଶିଶୁ ବୟସ ତୁଳନାରେ କମ ଉଚ୍ଚତାର, ୨୫.୫% ଶିଶୁ ଉଚ୍ଚତା ଅନୁସାରେ କମ ଓଜନର

  • • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ହୋଇଯିବେ ବୋଲି ଆୟୁଷ୍ମାନ ଭାରତକୁ ମନା

  • • ଓଡ଼ିଆ ହନ୍ତସନ୍ତ ହୁଅନ୍ତୁ, କିନ୍ତୁ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ନ ନିଅନ୍ତୁ ନ୍ୟାୟରେ ରାଜ୍ୟ ସରକାର

  • • କୁଚିଣ୍ଡାରେ ଜନସମୁଦ୍ର, ବାଇକ୍ ଶୋଭାଯାତ୍ରାରେ ହେଲେ ସାମିଲ

  • • ମହାବୀର ହନୁମାନ ମନ୍ଦିର ଓ ପୁରାତନ ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

Image

Imageକୁଚିଣ୍ଡା, ୧୦/୦୪- ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ମଜୁରୀପ୍ରାପ୍ତ ପଦବୀ ଖାଲି ପଡ଼ିଛି । ଶିଶୁ ଅପପୁଷ୍ଟି, ରକ୍ତହୀନତାର ଶୀକାର ହେଉଛି । ସମ୍ବଲପୁରରେ ୪୦.୭% ଶିଶୁ ବୟସ ତୁଳନାରେ କମ ଉଚ୍ଚତାର, ୨୫.୫% ଶିଶୁ ଉଚ୍ଚତା ଅନୁସାରେ କମ ଓଜନର, ୩୬.୩% ଶିଶୁ ଜନ୍ମ ବେଳେ କମ ଓଜନର ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ୬୪.୫% ଶିଶୁ ଏବଂ ୬୬.୭% ମହିଳା ରକ୍ତହୀନତାର ଶିକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିବା ସହିତ କହିଛନ୍ତି, କୁଚିଣ୍ଡା ଉପଖଣ୍ଡରେ ସ୍ଵୀକୃତ ୧୪୯ ଡାକ୍ତର ପଦବୀରୁ ମାତ୍ର ୪୮ ଜଣ ଡାକ୍ତର ଅଛନ୍ତି, ୧୦୧ ଡାକ୍ତର ପଦ ଖାଲି, କୁଚିଣ୍ଡା ସବ୍ ଡିଭିଜନ୍ ହସ୍ପିଟାଲରେ ସ୍ଵୀକୃତ ୧୮ ଟି ବିଶେଷଜ୍ଞ ପଦରୁ ମାତ୍ର ୧୧ ଜଣ ଡାକ୍ତର ଅଛନ୍ତି, ସ୍ତ୍ରୀରୋଗ ବିଶେଷଜ୍ଞ ପଦ ଏବେ ବି ଖାଲି! ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ୬୫ଟି ଡାକ୍ତର ପଦ ଖାଲି ପଡ଼ିଛି। କୁଚିଣ୍ଡା ରାଜ୍ୟର ଆଦିବାସୀ ଅଧ୍ୟୁଷିତ, ସିକିଲ ସେଲ ପୀଡିତ ଅଂଚଳ । ଅଧିକାଂଶ ସମୟରେ ଏଠାକାର ଚାଷୀ, ମେହନତି ମଣିଷ ରୋଗରେ ପଡ଼ୁଥିବା ବେଳେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଆବଶ୍ୟକ ଡାକ୍ତର ନାହାନ୍ତି । ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

Image
Imageଆୟୁଷ୍ମାନ ଭବ, ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ହୋଇଯିବେ, ଏହି ଡର ସରକାରଙ୍କୁ ଘାରିଛି । ଓଡ଼ିଆ ହନ୍ତସନ୍ତ ହୁଅନ୍ତୁ, କିନ୍ତୁ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ନ ନିଅନ୍ତୁ ନ୍ୟାୟରେ ରାଜ୍ୟ ସରକାର ବସି ରହିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାସହ କୁଚିଣ୍ଡା ବିଶାଳ ବାଇକ୍ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଯୁବକମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୁଣି ଥରେ ମୋଦୀ ସରକାର, ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର ନାରା ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ, କୁଚିଣ୍ଡା ମାଟିରୁ ମହାଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠା ଟାଣ କରିବା, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଏହି ମହାଅଭିଯାନ । ଗରିବ, ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ବିକାଶମୁଖୀ ଯୋଜନାର ବଡ଼ ଲାଭାର୍ଥୀ, ଯୁବକ ଓ ଚାଷୀମାନେ ବଡ଼ ଭାଗିଦାରୀ । ଓଡ଼ିଶାରେ ଏସବୁକୁ ଲାଗୁ କରିବା ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ଏହି ଅଭିଯାନରେ ସ୍ୱତପ୍ରବୃତ୍ତ ଭାବେ ଲୋକେ ଯୋଗ ଦେଉଛନ୍ତି ।
Imageଏହା ପୂର୍ବରୁ ଶ୍ରୀ ପ୍ରଧାନ କୁଚିଣ୍ଡାର ପୁରାତନ ଜଗନ୍ନାଥ ମନ୍ଦିର ଓ ମହାବୀର ରଘୁନାଥ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ସାଙ୍ଗଠନିକ ଆଲୋଚନା କରିଥିଲେ ।

Leave A Reply

Your email address will not be published.