ଭବାନୀପାଟଣା( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲାରେ ବିଜେପି କୁ ପ୍ରତିଷ୍ଠା କରେଇବା ସହ ଲଗାତାର ୩ଥର ବିଜେପି ସାଂସଦ ହୋଇ ରେକର୍ଡ ସୃଷ୍ଟି କରିଥିଲେ କଳାହାଣ୍ଡି ରାଜ ପରିବାରର ସ୍ୱର୍ଗତ ବିକ୍ରମ କେଶରୀ ଦେଓ l ବିକ୍ରମ କେଶରୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅର୍କ କେଶରୀ ଦେଓ ୨୦୧୪ ମସିହାରେ ବିଜେଡି ଟିକଟରେ ସାଂସଦ ହୋଇଥିଲେ l କିନ୍ତୁ କାର୍ଯ୍ୟରେ ଶୀଥିଲତା ଓ ସାଧାରଣ ଲୋକଙ୍କୁ କଥା ନ ବୁଝିବାରୁ ୨୦୧୯ମସିହାରେ ବିଜେଡି ତାଙ୍କୁ ଟିକଟ ବଞ୍ଚିତ କରିଥିଲା l ବିଜେଡି ରୁ କୋଣସି ପ୍ରକାର ଟିକଟ ପାଇବାରେ ବିଫଳ ହେବାରୁ ବର୍ତ୍ତମାନ ସେ ଓ ତାଙ୍କ ପତ୍ନୀ ମାଳବିକା ଦେଓ ବିଜେପି ଶିବିରରେ ଚଳିତ ନିର୍ବାଚନରେ ମାଲବିକା କଳାହାଣ୍ଡି ସଂସଦୀୟକ୍ଷେତ୍ରରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି l ବିଜେପି ଟିକଟ ପାଇବା କ୍ଷଣି ରାଣୀ ମାଲବିକା ପ୍ରଚୁର କାର୍ଯ୍ୟ ଆରମ୍ବ କରିଦେଇଛନ୍ତି l କିନ୍ତୁ ସ୍ୱାମୀ ଅର୍କ କେଶରୀ ପାଇଁ ମାଲବିକା ଅନେକ ସ୍ଥାନରେ ଗ୍ରହଣୀୟ ହୋଇପାରୁନାହାନ୍ତି l ସାଧାରଣ ଲୋକେ ତାଙ୍କ ନା ପସନ୍ଦ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛେ l କଳାହାଣ୍ଡି ଜିଲ୍ଲାର ରାଜନୈତିକ ବିଶାରଦମାନଙ୍କ କହିବା କଥା ୨୦୧୪ରୁ ୨୦୧୯ ମଧ୍ୟରେ ଅର୍କ ସାଂସଦ ଥିବାବେଳେ ନିଜ ସଂସଦୀୟ କ୍ଷେତ୍ରରେ କୋଣସି ଆଖିଦୃଶିଆ କରିନଥିଲେ l ସାଧାରଣ ଲୋକଙ୍କ ମଧ୍ୟ କୋଣସି ଭଲ ମନ୍ଦ କିମ୍ବା ସୁଖ ଦୁଃଖରେ ସାମିଲ ହୋଇନଥିଲେ ବୋଲି ଜିଲ୍ଲା ବାସିଙ୍କ ମଧ୍ୟରେ ବଡ଼ କ୍ଷୋଭ ରହିଛି l ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ ମାଲବିକାଙ୍କୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି l ପୂର୍ବରୁ ରାଜପରିବାରକୁ ଯେଉଁ ଭୋଟ ଦେଇ କୋଣସି ସୁବିଧା ପାଇ ନ ଥିବା ଲୋକେ ପୁଣି ରାଜପରିବାରର ରାଣୀକୁ ଭୋଟ ଦେବେକି ନାହିଁ ସେନେଇ ସନ୍ଦୀହାନ ହୋଇପଡନ୍ତି ଭୋଟର, ତେଣୁ ରାଜା ଙ୍କ ପାଇଁ ରାଣୀ ଅଡୁଆରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି
Sign in
Sign in
Recover your password.
A password will be e-mailed to you.