ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଅବିନାଶ ଗମାଙ୍ଗ , ଉପ ସଭାପତି ଭାସ୍କର ଜାଗରଙ୍ଗା, ଉପ ସଭାପତି ଏସ ସି ସେଲ ରୁନା ବାଉରୀ, ୪ ବ୍ଲକ ଯୁବ କଂଗ୍ରେସ ସଭାପତି ସମେତ ବହୁ କଂଗ୍ରେସ ନେତା ନିଜସ୍ଵ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗତକାଲି ଏହି ନିର୍ବାଚନ ମଣ୍ଡଳୀ ପାଇଁ ସତ୍ୟଜିତ ଗମାଙ୍ଗ ଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଟିକେଟ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ ଙ୍କ ପୁଅ ଅବିନାଶ ଗମାଙ୍ଗ ଆଶାୟୀ ଥିଲେ । ତେବେ କଂଗ୍ରେସ ପକ୍ଷରୁ ଜଣେ ଅଣ କଂଗ୍ରେସ ଯୁବକ ଙ୍କୁ ଟିକେଟ ଦିଆଯାଇଥିବା ଅଭିଯୋଗ କରି ଅବିନାଶ ଙ୍କ ସମେତ ଅନ୍ୟାନ୍ୟ କର୍ମୀ ମାନେ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ସେହିପରି ଗୁଡାରୀ ଅଞ୍ଚଳର କଂଗ୍ରେସ କର୍ମୀ ସପ୍ତଗିରି ଉଲାକା ଙ୍କ ପୋଷ୍ଟର, ବ୍ୟାଗ୍ ଏବଂ କଂଗ୍ରେସ ଘଣ୍ଟା ପୋଡି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା l ଗୁଡାରୀ ଅଞ୍ଚଳର ଆଶାୟି ପ୍ରାର୍ଥି ଭାସ୍କର ଜାଗାରlଙ୍ଗା ଙ୍କୁ ଟିକେଟ ନ ମିଳିଲେ ଆଗାମୀ ନିର୍ବlଚନ ରେ ପ୍ରତିବାଦ କରି କଂଗ୍ରେସ କୁ ବିରୋଧ କରିବୁ ବୋଲି ସାଧାରଣରେ ବିକ୍ଷୋଭ କରିଥିଲେ l ଆଗାମୀ ଦିନରେ କଂଗ୍ରେସ କର୍ମୀ ମାନେ କାହାକୁ ଗୁରୁତ୍ୱ ଦେବେ ତାହା ଦେଖିବାକୁ ବାକି ରହିଲା l
Sign in
Sign in
Recover your password.
A password will be e-mailed to you.