ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଙ୍କ ବାସଭବନ ରେ ବିଜେଡ଼ି ର ମିଶ୍ରଣ ପର୍ବ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଦୁର୍ଗୀ ଠାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ସୁଧିର ଦାସ ଙ୍କ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ନିର୍ବାଚନ ମଣ୍ଡଳୀର ଆଶାୟୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଭାପତି ଶ୍ରୀ ବିଜୟ କୃଷ୍ଣ ଶବର(ଟୁନା), ପୁର୍ବତନ ସମିତି ସଭ୍ୟ ତଥା ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଶ୍ରୀମତୀ ବିଳାସିନୀ ଶବର ପଦ୍ମପୁର ଲେମ୍ପ୍ ଡାଇରେକ୍ଟର ନିଳକଣ୍ଠ ଶବର, ଭାରତୀୟ ଜନତା ପାର୍ଟିର ପଦ୍ମପୁର ମଣ୍ଡଳ ଉପ ସଭାପତି ଶ୍ରୀ ଅରଖିତ ଶବର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଏହି ମିଶ୍ରଣ ପର୍ବରେ ଗୁଣପୁର ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମଙ୍ଗ, ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ଗଗନ ଆଚାର୍ଯ୍ୟ, ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ଦୁର୍ଗା ପ୍ରସାଦ ସାହୁ, ପଦ୍ମପୁର ଲେମ୍ପ ସଭାପତି ବୃନ୍ଦା ଶବର, ପଦ୍ମପୁର ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଶାନ୍ତ ଦଳେଇ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ବିଜୁ ଜନତା ଦଳର କର୍ମୀଙ୍କ ଉପସ୍ଥିତିରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ଶ୍ରୀ ସୁଧୀର ଦାସ ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ ଜୟ ଜଗନ୍ନାଥ

 

Leave A Reply

Your email address will not be published.