ଇନଫାଇନାଇଟ୍ ଲଭ୍ ଏକାଡେମୀ ର ସାମ୍ବାଦିକ ସମ୍ମିଳନୀ: ରେକି ର କାର୍ଯ୍ୟକ୍ରମ ଆସନ୍ତା ୧୪ ରେ

0

ରାଉରକେଲା, (ବସନ୍ତ କୁମାର ଜେନା): ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନଫାଇନାଇଟ୍ ଲଭ୍ ଏକାଡେମୀ ସମୁହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭଵନ ଠାରେ ଆୟୋଜନ କରିବାକୁ ଯାଉଛି। ଏ ସମ୍ପର୍କରେ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପ୍ରମୁଖ ରେକି ମାଷ୍ଟର ବିଜୟ କୁମାର ଦାସ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ଅଭିନବ ପଦକ୍ଷେପ ର ମୂଳ ଲକ୍ଷ୍ୟ ହେଉଛି ଉନ୍ନତ କଲ୍ୟାଣ ଏବଂ ଜୀବନ୍ତତା ପାଇଁ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଶକ୍ତି ( ରେକି) ଉପଯୋଗ କରିବା ତଥା ବ୍ୟକ୍ତି ବିଶେଷଙ୍କୁ ଏ ସମ୍ପର୍କରେ ଶିକ୍ଷିତ କରିବା। ବିଭିନ୍ନ ସଂସ୍କୃତି ଓ ଆରୋଗ୍ୟ ପରମ୍ପରାର ଏହା ପ୍ରାଚୀନ ମୂଳସତ୍ତ୍ବେ ରେକିର ଧାରଣା ଆମ ଆଧୁନିକ ସମାଜରେ ଅନେକଙ୍କ ପାଇଁ ଅପେକ୍ଷାକୃତ ଅଜ୍ଞାତ। ସମୁହ ଚେତନାର ସଶକ୍ତିକରଣ ଏବଂ ଆରୋଗ୍ୟ ଶକ୍ତି ମାଧ୍ୟମରେ ଅଂଶଗ୍ରହଣକାରୀ ମାନେ ସେମାନଙ୍କର ଶାରୀରିକ, ମାନସିକ ଓ ଭାବପ୍ରବଣତା କୁ ସୁସ୍ଥତା ବୃଦ୍ଧି କରିବା ପାଇଁ ଏହି ରେକି ଶକ୍ତିକୁ କିପରି ବିକଶିତ ଏବଂ ଉପଯୋଗ କରିପାରିବା ତାହା ଶିକ୍ଷା ଲାଭ କରିବା। ଏଥିପାଇଁ ଆନ୍ତର୍ଜାତିକ ରେକି ଗ୍ରାଣ୍ଡମାଷ୍ଟର ଡକ୍ଟର ରାଜୀବ ଲୋଚନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆପଣମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସହରବାସୀ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମମତା ମହାନ୍ତି,ସୈ।ମ୍ୟା ମହାନ୍ତି, ମୀନାକ୍ଷୀ ପାଢ଼ୀ,ଅତସୀ ରାଜଗୁରୁ, ସରସ୍ଵତୀ ଦାସ,କ୍ରିପା ଜୈନ,ମହେଶ ଅଗ୍ରୱାଲ,ରୀତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.