ଡାବୁଗାଁ ରେ ହିନ୍ଦୁ ନବବର୍ଷ ପାଳିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ହିନ୍ଦୁ ନବବର୍ଷ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ବିଶ୍ଵ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ, ବଜରଙ୍ଗଦଳ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା। ଡାବୁଗାଁ ଜୟନ୍ତିନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ରୁ ଏକ ସୁସଜ୍ଜିତ ରଥ ରେ ପ୍ରଭୁ ଶ୍ରୀରାମ ଙ୍କ ଫୋଟ ଲଗାଯାଇ ଏକ ବିରାଟ ବାଇକ୍ ରାଲି କରାଯାଇଥିଲା। ଯୁବକ ମାନେ ବାଇକ୍ ରେ ପ୍ରଭୁ ଶ୍ରୀ ରାମ ଙ୍କ ଗୌରିକ ପତାକା ଲଗାଇ “ଜୟ ଶ୍ରୀ ରାମ” ଧ୍ଵନୀ ରେ ନଗର ପ୍ରକମ୍ପିତ କରିଥିଲେ। ଜୟନ୍ତୀ ନଗର ରୁ ଅପରାହ୍ନ ୪ ଘଣ୍ଟ ସମୟରେ ବାଇକ୍ ରାଲି ବାହାରି ଡଙ୍ଗରିଗୁଡ଼ା, ଭରତ ଗୁଡା,ତାରିଣୀ ମନ୍ଦିର ମୁଖ୍ୟ ବଜାର ଛକ, ବଜାର ଦାଣ୍ଡ, ଗୌଡ଼ ସାହି,ପାତ୍ର ସାହି, କଳସୀ ମଣ୍ଡପ, ନୂଆ ଗୁଡା, ରେଭିନ୍ୟୁ ସାହି ଦେଇ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଭକ୍ତ ଙ୍କ ନିମନ୍ତେ ପଣା ର ବ୍ୟବସ୍ଥା କରାଯାଇଥିଲା।ହିନ୍ଦୁ ନବବର୍ଷ ପାଳନ ନିମନ୍ତେ ଗତକାଲି ଠାରୁ ଡାବୁଗାଁ ମୁଖ୍ୟ ତାରିଣୀ ଛକରେ ହିନ୍ଦୁ ପ୍ରେମୀ ମାନେ ଗୌରୀକ ପତାକା ଲଗାଇ ଗୋରିକ ମୟ କରିଥିଲେ। ହିନ୍ଦୁ ପ୍ରେମୀ ମାନେ ଘର ଆଗରେ ଗୌରିକ ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା। ଆସନ୍ତା ୧୭ ତାରିଖ ରାମ ନବମୀ ଦିନ ମଧ୍ୟ ଡାବୁଗାଁ ବିଶ୍ଵ ହିନ୍ଦୁ ପରିଷଦ ଓ ହିନ୍ଦୁ ଜାଗରଣ ମଞ୍ଚ ତଥା ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଅନୁରୂପ କାର୍ଯ୍ୟକ୍ରମ କରାଯିବ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.