୫ ବାଘ ଚମଡ଼ା ଜବତ : ୬ ଗିରଫ ସୂଚନା ଦେଲେ ବନଖଣ୍ଡ ଅଧିକାରୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ବନଖଣ୍ଡ ଅଧିକାରୀଙ୍କ କନଫେରାନ୍ସ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ବାଘ ଚମଡା ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଚମଡ଼ା ଜବତ ହୋଇଛି। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହି ଚଢ଼ାଉ ବେଳେ ୫ ଟି କଲରାପତରିଆ ବାଘ ଚମଡା , ଗୋଟିଏ ଫିସିଂ କ୍ୟାଟ୍ ଚମଡା ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡା ସହ ୨୬.୧ କିଲୋଗ୍ରାମ ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି।
ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଳକ , ଆର୍.ଉଦୟଗିରି ବ୍ଳକ , ମୋହନା ବ୍ଳକ ଅଞ୍ଚଳର ବୋଲି ବନ ଖଣ୍ଡ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.