ଭୁବନେଶ୍ୱର : ରାଜ୍ୟରେ ଜୋର୍ ଧରିଛି ନିର୍ବାଚନ ପ୍ରଚାର।ଏଥିରେ ଲାଗି ପଡ଼ିଛନ୍ତି ରାଜଧାନୀର ରାଜନେତା ମାନେ।କିଛି ନେତା ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ବଡ ବଡ ସମାରୋହ ର ଆୟୋଜନ କରୁଥିବା ବେଳେ ଲୋକଙ୍କ ପାଖରେ ବ୍ୟକ୍ତିଗତ ଭାବେ ପହଞ୍ଚି ତାଙ୍କର ସୁବିଧା ଅସୁବିଧା ବୁଝିବାରେ ଲାଗିଛନ୍ତି ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକେଟ ଆଶାୟୀ ରୁଦ୍ର ନାରାୟଣ ସାମନ୍ତରାୟ।ପ୍ରତିଦିନ ବିଭିନ୍ନ ଅଞ୍ଚଳର ପ୍ରାୟ ୧୦୦୦ ଲୋକଙ୍କ ସହ ଦେଖାହୋଇ ପବିତ୍ର ତୁଳସୀ ପ୍ରଦାନ କରି ତାଙ୍କ ସକାଳରୁ ରାତି ପର୍ଯ୍ୟନ୍ତ ଜନସାଧାରଣଙ୍କ ସାଙ୍ଗରେ ରହି ତାଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି।ଆଜି ସକାଳୁ IG ପାର୍କ ସମ୍ମୁଖରେ ଉପସ୍ଥିତ ରହି ପ୍ରାତଃ ଭ୍ରମଣ ନିମନ୍ତେ ଆସୁଥିବା ଅଞ୍ଚଳବାସୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସତ୍ୟନଗର ରେ ଘର ଘର ବୁଲି ବାସିନ୍ଦାଙ୍କୁ ଭେଟିଥିଲି ଓ ତୁଳସୀ ପ୍ରଦାନ କରି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେବାପାଇଁ ବୁଝାଇଥିଲେ। ନିଜର ସମାଜସେବା ବଳରେ ସବୁବେଳେ ଲୋକଙ୍କ ହୃଦୟରେ ପହଞ୍ଚିଥିବା ରୁଦ୍ର ଯେକୌଣସି ପରିସ୍ଥିତିରେ ବି ସମାଜସେବାକୁ ଭୁଲନ୍ତି ନାହିଁ। ଆଜି ମଧ୍ୟ ତାଙ୍କ ଦ୍ଵାରା ପରିଚାଳିତ ଭ୍ରାମ୍ୟମାଣ ଜଳଛତ୍ର ୩୯ ନଂ ୱାର୍ଡରେ ବୁଲୁଥିବା ବେଳେ ସେ ନିଜେ ସେଠାରେ ପହଂଚି ପାଣି ପିଇବାକୁ ଆସୁଥିବା ଲୋକମାନଙ୍କ ସହ ମିଶୁଥିଲେ ଓ ନିଜେ ତାଙ୍କୁ ପାଣି, ଦହି ପାଣି ଆଦି ପିଇବାକୁ ଦେବାର ଦେଖିବାକୁ ମିଳିଥିଲା। ଏହାପରେ ସେ ଖାରବେଳ ନଗର ସ୍ଥିତ PHD କଲୋନୀରେ ପହଂଚି ସେଠାକାର ବାସିନ୍ଦାଙ୍କ ସହ କଥା ହୋଇଥିଲେ ଓ ସେମାନେ ଅନୁଭବ କରୁଥିବା କିଛି ଅସୁବିଧାର ସମାଧାନ ବ୍ୟବସ୍ଥା ଖୁବଶୀଘ୍ର କରିବାର ଆଶ୍ୱସନା ଦେଇଥିଲେ। ସନ୍ଧ୍ୟା ସମୟରେ ୟୁନିଟ୍ 5 ସ୍ଥିତ ଜଳେଶ୍ଵର ମନ୍ଦିର ଯାଇ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବା ସହ ସେଠାରେ ଉପସ୍ଥିତ କିଛି ଶ୍ରଦ୍ଧାଳୁ ଭକ୍ତଙ୍କୁ ଭେଟି କିଛି ସମୟ ବିତାଇଥିଲେ। ଏହି କ୍ରମରେ ୟୁନିଟ୍ ୧ ଅଞ୍ଚଳରେ ପହଂଚି କିଛି ଯୁବବର୍ଗଙ୍କ ସହ ସାକ୍ଷାତ କରି ଚା ପିଇବା ସହ ଏକ ସୁସ୍ଥ ସମାଜ ତଥା ସୁଦୃଢ଼ ନବୀନ ଓଡିଶା ଗଠନ କରିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ। ରୁଦ୍ରଙ୍କର ଏହି ନିଆରା ପ୍ରୟାସ ଦ୍ଵାରା କୌଣସି ନିର୍ଦ୍ଦିଷ୍ଟ ନୁହେ ବରଂ ସେ ପ୍ରତ୍ୟେକ ବର୍ଗ ଓ ଶ୍ରେଣୀର ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡି ହେବାରେ ସଫଳ ହେଉଥିବାର ଦେଖିବାକୁ ମିଳୁଛି। ଲୋକମାନେ ମଧ୍ୟ ରୁଦ୍ରଙ୍କୁ ସ୍ନେହର ସହ ଗ୍ରହଣ କରିବା ସହ ଆଶୀର୍ବାଦ ଦେଉଛନ୍ତି।
Sign in
Sign in
Recover your password.
A password will be e-mailed to you.