ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଚଳିତ ସାଧାରଣ ନିର୍ବାଚନ ଵା ଅନୁଷ୍ଠିତ ହେବାକୁଥିବା ଭାରତବର୍ଷର ମହାନ୍ ଗଣପର୍ବ (ନିର୍ବାଚନ) ରେ ଯେପରି ପ୍ରତ୍ୟେକ ଭାରତୀୟ ମତଦାନ ସାବ୍ୟସ୍ତ କରିବେ, ସେଥିନିମିତ୍ତ ସରକାର ଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି। ଯେହେତୁ ନିଜର ମତଦାନ ସାବ୍ୟସ୍ତ କରିବା କେବଳ ମୈ।ଳିକ ଅଧିକାର ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ। ସେଥିନିମିତ୍ତ ଭାରତୀୟ ନିର୍ବାଚନ ଆୟୋଗ ନିତି ନିର୍ଦେଶକ୍ରମେ ଭଞ୍ଜନଗର ମୁଖ୍ୟ ଡାକଘର ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ପ୍ରଭାତ ଫେରି ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ନିର୍ବାଚନ ଆୟୋଗ ଓ ଭାରତୀୟ ଡାକ ବିଭାଗର ଚୁକ୍ତିନାମା ଅନୁଯାୟୀ ସୁ ବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚକ ସହଭାଗିତା କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ଭଞ୍ଜନଗର ମୁଖ୍ୟ ଡାକଘର ବା ହେଡ୍ ପୋଷ୍ଟ ଅଫିସ୍ ପକ୍ଷରୁ ଆଜି ଅପ୍ରେଲ୍ ୯ ତାରିଖ ମଙ୍ଗଳବାର ୨୦୨୪ ସକାଳ ସମୟରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଡ଼ାକ ପାଳ ଶ୍ରୀ ଶୁଭ୍ରାଶିସ ମଣ୍ଡଲ୍ ଙ୍କ ନେତୃତ୍ୱରେ ଭଞ୍ଜନଗର ପ୍ରଧାନ ଡାକଘର ଠାରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ୟାଙ୍କ ଛକ, ଉପଜିଲ୍ଲାପାଳ ଅଫିସ୍ , ଥାନା, ଖାଲାସିସାହି, ୟୁ ବି ହାଇସ୍କୁଲ ଛକ ଓ ମୁଖ୍ୟ ଚିକିତ୍ସାଳୟ ହୋଇ ପୁଣି ମୁଖ୍ୟ ଡାକଘର ଠାରେ ପହଞ୍ଚିଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ରେ ଉପଯୁକ୍ତ ବୟସର ପ୍ରତ୍ୟେକଟି ଜନସାଧାରଣ ନିଜର ମତଦାନ ସାବ୍ୟସ୍ତ କରନ୍ତୁ। ଏବଂ ଏଥିରୁ କେହି ବି ବଞ୍ଚିତ ହୁଅନ୍ତୁ ନାହିଁ। ପ୍ରତି ପାଞ୍ଚ ବର୍ଷା କୁ ଥରେ ଜନସାଧାରଣଙ୍କୁ ସୁଯୋଗ ଓ ଅଧିକାର ମିଳେ ସଠିକ୍ ସରକାର ଚୟନ କରିବା ପାଇଁ। ଯାହାଫଳରେ ଦେଶରେ ସୁଶାସନ ଓ ନିଜର ଭବିଷ୍ୟତକୁ ସୁରକ୍ଷିତ ଓ ଉଜ୍ୱଳମୟ କରାଯାଇପାରିବ। ସେଥିପାଇଁ ଭାରତବର୍ଷର ପ୍ରତ୍ୟେକ ଟି ଜନସାଧାରଣ ଏହି ମତଦାନ ସୁଯୋଗକୁ ହାତଛଡ଼ା ନକରି ନିଜର ସୁଚିନ୍ତିତ ଓ ସଠିକ୍ ମତଦାନ ସାବ୍ୟସ୍ତ କରନ୍ତୁ। ଯାହାଦ୍ଵାରା ପ୍ରତ୍ୟେକ ଭାରତୀୟଙ୍କ ମୈ।ଳିକ ଅଧିକାର ଓ କର୍ତ୍ତବ୍ୟ ସୁଚାରୁରୂପେ ସାବ୍ୟସ୍ତ ହୋଇପାରିବ।
ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ମୁଖ୍ୟ ଡାକଘର ସହକାରୀ ଡାକ ଅଧ୍ୟକ୍ଷ ଶ୍ରୀ ରବିନାରାୟଣ ବେହେରା, ବରିଷ୍ଠ ଡାକ କର୍ମଚାରୀ ଶ୍ରୀ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଶ୍ରୀ ସୁମନ ସଙ୍ଗିତ ପଟ୍ଟନାୟକ, ଶ୍ରୀ ବିଜୟକୁମାର ପଣ୍ଡା, ଶ୍ରୀ ମିହିର ମହାରଣା, ଶ୍ରୀ ବସନ୍ତ ମହାରଣା, ଶ୍ରୀ ମହେଶ୍ୱର ବିଷୋୟୀ, ଶ୍ରୀ ଦେବୀ ପ୍ରସାଦ ପଣ୍ଡା, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଅନ୍ୟାନ୍ୟ ଡ଼ାକ କର୍ମଚାରୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଭଞ୍ଜନଗର ମୁଖ୍ୟ ଡାକଘର କାର୍ଯ୍ୟାଳୟ ରେ ଭୋଟର ସଚେତନତା ପାଇଁ ମଧ୍ୟ ଏକ ସେଲ୍ଫି ପଏଣ୍ଟ୍ ଓ ଏଲ୍.ଇ.ଡି ବଡ଼ ପରଦା ର ବ୍ୟବସ୍ଥା କରାଯାଇଥିବାର ଦେଖାଦେଇଛି।