ପ୍ରିନସିପାଲ ଚିଫ ଅପେରସନସ ମ୍ୟାନେଜର(ସିଏଚଓଡି) ରୂପେ ଅନୁପ ଶତପଥୀଙ୍କୁ ପଦୋନ୍ନତି

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ୧୯୯୩ ବ୍ୟାଚ ଆଇଆରଟିଏସ ଅଧିକାରୀ ଅନୁପ କୁମାର ଶତପଥୀଙ୍କୁ ଉତ୍ତର ପୂର୍ବାଞ୍ଚଳ ରେଳବାଇର ପ୍ରିନସିପାଲ ଚିଫ ଅପେରସନସ ମ୍ୟାନେଜର(ସିଏଚଓଡି) ରୂପେ ପଦୋନ୍ନତି ମିଳିଛି। ଏହି ସମ୍ପର୍କରେ ରେଳବାଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପୂର୍ବରୁ ଶ୍ରୀ ଶତପଥୀ ହାୱାଡାରେ ପୂର୍ବାଞ୍ଚଳ ରେଳବାଇ ମୁଖ୍ୟ ପରିବହନ ଯୋଜନା ପରିଚାଳକ ରୂପେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ ଗତ ବର୍ଷ ବିଶାଖାପାଟଣାରେ ସଫଳତାର ସହ ଡ଼ିଆରଏମ୍ ରୂପେ ଦାୟିତ୍ୱ ତୁଲାଇ ଅନେକ ଉଲେଖନୀୟ କାର୍ଯ୍ୟ କରିବାରୁ ଶ୍ରୀ ଶତପଥୀଙ୍କୁ ପୂର୍ବାଞ୍ଚଳ ରେଳବାଇ ମୁଖ୍ୟ ପରିବହନ ଯୋଜନା ପରିଚାଳକ ରୂପେ ପଦୋନ୍ନତି ମିଳିଥିଲା। ବର୍ତ୍ତମାନ ସେ ଗୋରଖପୁର ଉତ୍ତର ପୂର୍ବାଞ୍ଚଳର ପ୍ରିନସିପାଲ ଚିଫ ଅପେରସନସ ମ୍ୟାନେଜର(ସିଏଚଓଡି) ଭାବରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ଶ୍ରୀ ଶତପଥୀ କୋଲକାତା ଏବଂ ବିଲାସପୁର ଡିଭିଜନର ମୁଖ୍ୟ ଅପରେସନ୍ ମ୍ୟାନେଜର, ନାଗପୁର ଏବଂ ରାୟପୁରର ଡିଭିଜନର ସୁରକ୍ଷା ଅଧିକାରୀ, ବିଲାସପୁର ଡିବିଜନର ମୁଖ୍ୟ ବାଣିଜ୍ୟ ପରିଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ଶତପଥୀ ନିଜର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ରେଳବାଇ ଡିବିଜନରେ ଉଚ୍ଚ ପ୍ରଶଂସା ସହ ପୁରସ୍କୃତ ହୋଇଛନ୍ତି।

Leave A Reply

Your email address will not be published.