ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡା ଛକ ଠାରେ ଗତକାଲି ରବିବାର ବିଳମ୍ବିତ ରାତ୍ରରେ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଧୋଡ୍ରା ନିକଟ ମାଝୀଗୁଡା ଗ୍ରାମ ର ପଦ୍ମନାଭ ଦାସ (୨୪) ବୋଲି ଜଣା ପଡିଛି। ଏ ନେଇ ମୃତ ପରିବାର ପକ୍ଷରୁ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେଶ ନ ୯୧/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ମାଝୀ ଗୁଡା ଗ୍ରାମ ର ଯୁବକ ପଦ୍ମନାଭ ଦାସ (୨୪) ଗତକାଲି ରବିବାର ବିଳମ୍ବିତ ରାତ୍ରରେ ଏକ ବାଇକ୍ ନ (ସିଜି ୦୫ ଏଏଲ ୯୦୫୩) ଯୋଗେ କୌଣସି କାର୍ଯ୍ୟ ପାଇଁ ନିକଟ ଚାଟିଗୁଡ଼ା ଗ୍ରାମ କୁ ଯାଉଥିଲେ। ତେବେ ଚାଟିଗୁଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।ଯୁବକ ପଦ୍ମନାଭ ଦାସ ଙ୍କୁ ଗୁରୁତର ଆଘାତ ଲାଗିବା ସହ ବେହୋସ ହୋଇ ପଡ଼ିଥିଲେ। ବିପରୀତ ଦିଗରୁ ଆସି ଧକ୍କା ଦେଇଥିବା ଅଜଣା ବାଇକ୍ ଚାଳକ ସେଠାରୁ ଉଠି ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ଗୁରୁତର ପଦ୍ମନାଭ ଙ୍କୁ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଉମରକୋଟ ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟା ପନ୍ନ ହେବାରୁ ନବରଙ୍ଗପୁର ମୁଖ୍ୟ ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମନାଭ ଦାସ ର ମୃତ୍ୟୁ ଘଟିଥିଲା। ଆଜି ଏ ନେଇ ମୃତ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ୍ କୁ ଜବତ କରିଥିଲେ। କେସ ନ ୯୧/୨୪ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାର ତଦନ୍ତ ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା କରୁଛନ୍ତି।

Leave A Reply

Your email address will not be published.