ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶ ମୂଳକ କାର୍ଯ୍ୟ, ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ବରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ ସରପଞ୍ଚଙ୍କ ସହ ଶତାଧିକ ବିଜେପି କର୍ମୀ l
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସୋମବାର ଅପରାହ୍ନ ସମୟରେ ମାହାଙ୍ଗା କୁଆଁପାଳ ସ୍ଥିତ ବିଧାୟକ ପ୍ରତାପ ଜେନା ଙ୍କ ଅଳିଯୋଡ଼ା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ, ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣୀତ ତଥା ପୂର୍ବତନ ମନ୍ତ୍ରୀ ତଥା ଦୃଢ଼ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ଆସ୍ଥା ଭାଜନ ହୋଇ ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତର ବିଜେପି ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା ଏବଂ ତାଙ୍କ ସହିତ ଶତାଧିକ ବିଜେପି କର୍ମୀମାନେ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି l ବିଧାୟକ ପ୍ରତାପ ଜେନା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ପଞ୍ଚାୟତରେ ଅଧିକରୁ ଅଧିକ ଵିକାଶମୂଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ମତପ୍ରକାଶ କରିଥିଲେ l ଅପରପକ୍ଷରେ ବିଜେଡି ରେ ଯୋଗଦାନ କରିଥିବା ବିଜେପି ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା ଏବଂ ତାଙ୍କ ସାଥି ବିଜେପି କର୍ମୀମାନେ ଆଗାମୀ ଦିନରେ ବିଜେଡି ସହିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶ କାର୍ଯ୍ୟରେ ସାମିଲ ହେବା ସହିତ ବିଧାୟକ ପ୍ରତାପ ଜେନାଙ୍କ ଭଳି ଜଣେ କରିତକର୍ମା, ଦୃଢ଼ ସଂଗଠକ ଙ୍କ ନେତୃତ୍ୱରେ ପଞ୍ଚାୟତର ଵିକାଶ ପାଇଁ ବିଜେଡି ଦଳକୁ ତୃଣମୂଳ ସ୍ତରରୁ ମଝଭୁତ କରିବା ପାଇଁ ପ୍ରୟାସ ଜାରି ରଖିବୁ ଏବଂ ଗତ ସାଧାରଣ ନିର୍ବାଚନରେ ଗୋତରା ପଞ୍ଚାୟତରୁ ଦେଢ ହଜାରରୁ ଉର୍ଧ୍ଵ ଭୋଟରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଭୋଟ ଦେଇ ବିଜୟର ଟିକା ପିନ୍ଧାଇବେ ବୋଲି ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଜେନାଙ୍କ ସହିତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋତରା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟକାନ୍ତ ପଣ୍ଡା, ପର୍ଯ୍ୟବେକ୍ଷକ କମଳାକାନ୍ତ ଦାସ, ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦାନ କରିଥିଲେ l