ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ଆଇଟିଡିଏ ଅଫିସ୍ ନିକଟରେ ଥିବା ମା ସାତ ଭଉଣୀ ମନ୍ଦିରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ରବିବାର ଠାରୁ ମା ଙ୍କ ଚୈତ୍ର ଯାତ୍ରା ଉତ୍ସବ ମହା ଆଡ଼ମ୍ବରରେ ପାଳନ ହେଉଛି। ପ୍ରଥମ ଦିନରେ କଳସ ଯାତ୍ରା ଅବସର ରେ ସ୍ଥାନୀୟ ବଂଶଧାରା ନଦୀରୁ ଗଙ୍ଗା ଆବାହନ କରାଯାଇ କଳସ ରେ ପାଣି ଅଣାଯାଇ ଘଟ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ବିଶେଷ ପୂଜାର୍ଚ୍ଚନା, ପାରମ୍ପରିକ ବାଦ୍ୟ ନୃତ୍ୟ ଓ ଦୁଇ ଓଳି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଆନନ୍ଦ ବଜାର ରେ ହଜାର ହଜାର ଭକ୍ତ ଆସି ପ୍ରସାଦ ସେବନ କରିଥାନ୍ତି। ଏହି କାର୍ଯ୍ୟକ୍ରମକୁ ତନ୍ମୟ ତୁଳ, ଦିଲ୍ଲୀପ କୁମାର ରାଜଗୁରୁ ମହାପାତ୍ର, ବ୍ରଜ ସୁନ୍ଦର ପାଢ଼ୀ, ଗଣେଶ ମିଶ୍ର, ବାଣୀ ପ୍ରସାଦ ନାୟକ, ଭାଗ୍ୟଲକ୍ଷ୍ମୀ ମହାନ୍ତି, ମୁନା ମହାନ୍ତି, ବାବୁଲି ରଥ, ଶିବ ପ୍ରସାଦ ନାୟକ, ତ୍ରିପତି, କୁନା ମହାନ୍ତି ଓ ଏଣ୍ଡୁ ଗୌଡ଼ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।