ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ କର୍ମୀମାନଙ୍କୁ ସାଥିରେ ନେଇ ମାରାଥନ୍ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ନିଜର ଦଳୀୟ କର୍ମୀଙ୍କ ସହ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଛକଠାରୁ ବାଇକ୍ ଓ କାର ରାଲିରେ ବାହାରି ମୋହନା କଲେଜ୍ ଛକଠାରୁ ଶୋଭାଯାତ୍ରାରେ ବାହାରି ମୋହନା ବଜାରର ପ୍ରତ୍ୟେକ ଛକରେ କଂଗ୍ରେସର ନିର୍ବାଚ଼ନୀ ଇସ୍ତାହାର ପ୍ରକାଶ କରି କଂଗ୍ରେସ କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ମୋହନା ବ୍ଲକର ଲୁହାଗୁଡ଼ି ଠାରୁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇ କଣ୍ଟେଇ କୋଳି ଗ୍ରାମଠାରେ ଶେଷ ହୋଇଥିଲା। ବିଜେଡ଼ି ଓ ବିଜେପି କିପରି ରାଜ୍ୟ ଏବଂ ଦେଶରେ ବିକାଶ ନାମରେ ବିନାଶ କରୁଛନ୍ତି ସେ ସଂପର୍କରେ ପ୍ରଚାର କରିବା ସହ କଂଗ୍ରେସ ଦେଶକୁ ସ୍ଵାଧୀନ ଆଣିବା ସହ ରାସ୍ତା , ପାନୀୟଜଳ ପ୍ରକଳ୍ପ , ଡ଼୍ୟାମ୍ , ବନ୍ଦର ଓ ବିଭିନ୍ନ ଅଞ୍ଚଳରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦେଖୁଛନ୍ତି ସେ ଗୁଡ଼ିକ କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରକାଶ କରିଥିଲେ। ଏହି ରାଲିରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା କର୍ମୀ ସାମିଲ ଥିଲେ। ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା , ନୂଆଗଡ , ରାୟଗଡ଼ ଏବଂ ଆର. ଉଦୟଗିରି ବ୍ଲକର ବହୁ ନେତା ଓ କର୍ମୀ ପ୍ରଚାରରେ ଭାଗ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.