ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁଶିବରାମ ଜେନା): ସ୍ଥାନୀୟ ଖଲ୍ଲିକୋଟ ରେ ବିଜେପି ର ୪୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି। ଖବର ନେବାରୁ ଜଣାପଡିଛି ଯେ, ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଖଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ କୋୖଣସି କାରଣ ବଶତଃ ସେ ବିଜେଡି ଦଳ ତ୍ୟାଗକରି, ବିଜେପି ଦଳ ରେ ଯୋଗଦାନ କରିବା ପରଠାରୁ ଖଲ୍ଲିକୋଟ ରେ ଖୁସିର ଲହରୀ ଖେଳିଯାଇଛି ବୋଲି ପରିଲକ୍ଷିତ ହେଉଛି। ଆଜିର ଏ ଅବସରରେ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ରେ ବିଜେପି ର ୪୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ବିଜେପି ନଗର ସଭାପତି ତଥା ପ୍ରାକ୍ତନ ଖଲ୍ଲିକୋଟ ଏନ୍ ଏ ସି ଚେୟାର ମେନ୍ ଶ୍ରୀ ଶଙ୍କର ପ୍ରସାଦ ନାହାକ, ବିଜେପି ମିଡ଼ିଆ ଶ୍ରୀ ଶମ୍ବୁନାଥ ପ୍ରଧାନ , ରମେଶ ଚନ୍ଦ୍ର ପରିଡ଼ା , ନାଇକାଣୀପଲ୍ଲୀ ପୂର୍ବତନ ସରପଞ୍ଚ ଶ୍ରୀ ରବିନ୍ଦ୍ର କୁମାର ସ୍ବାଇଁ, ଉଦୟନାଥ ଗୌଡ଼,ଓ ଅନ୍ୟାନ୍ୟ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ । ପଦ୍ମ ଫୁଲ ପତାକାକୁ ସ ସମ୍ମାନ ସହିତ ଉତ୍ତୋଳନ କରି ଭାରତମାତା ର ଜୟଗାନ କରି ଵାର ପରିଲକ୍ଷିତ ହୋଇଥିଲା । ବର୍ତ୍ତମାନ ଖଲ୍ଲିକୋଟ ବିଜେପି ପକ୍ଷରୁ ବିଧାୟକ ପାଇଁ ଟିକେଟ୍ ପାଇଥିବା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ବହୁ ମାତ୍ରାରେ ଜନସାଧାରଣ ମାନେ ପସନ୍ଦ କରୁଥିବା ନଜର କୁ ଆସୁଛି। ଏପରି ପ୍ରେକ୍ଷି ରେ ବିଜେପି ର ଫାଉଣ୍ଡେସନ ପକାଇଥିବା ଫାଉଣ୍ଡର ମାନଙ୍କ ସ୍ମୃତି ଚାରଣ କରି ଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଛି। ସ୍ବର୍ଗତ ଦୀନଦୟାଲ ଉପାଧ୍ୟାୟ, ତଥା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ। ଅଟଳ ବିହାରି ବାଜପାୟୀ, ନରେନ୍ଦ୍ର ମୋଦୀ ଓ ଆଡଭାନୀ ଙ୍କୁ ଭାରତବର୍ଷ ର ଶାସକ ରୂପେ ଗଢି ତୋଳିବା ବେଳେ ସେ ବିଜେପି ଦଳର ସାଂଗଠନିକ କୁ ମଜଭୂତ କରିବା ପ୍ରୟାସ ଜାରି ରଖିବା କଥା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post