ଜଗତସିଂହପୁର,ତା-୦୬.୦୪.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି ଶ୍ରୀ ଅନୁପମ ସାହା,ଭା ପ୍ର ସେ। ଶ୍ରୀ ସାହା ପୂର୍ବରୁ ଓସେପା ର ରାଜ୍ଯ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ୍ ଏବଂ ଶ୍ରମ କମିଶନର ର ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲାପାଳ ଶ୍ରୀ ସାହା ଆଗାମୀ ନିର୍ବାଚନ ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ। ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ, ପୋଲିଂ ବୁଥ୍ ଓ ସେଠାରେ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନିର୍ବାଚନ କୁ ସ୍ଵଚ୍ଛ, ନିରପେକ୍ଷ ଓ ଅବାଧ ଭାବେ ସମ୍ପାଦନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଜଗତସିଂହପୁର ଜିଲ୍ଲା କୁ ଏକ ସାକ୍ଷର ଓ ସଚେତନ ଜିଲ୍ଲା ଭାବେ ସମ୍ବୋଧିତ କରି ଜିଲ୍ଲାପାଳ ନିର୍ବାଚନ ସମୟରେ ସମସ୍ୟା ର ସମାଧାନ ଏବଂ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଶ୍ରୀ ଲଲିତ ମୋହନ ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା ର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଶ୍ରୀ ସାହା ପୂର୍ବରୁ ଗଜପତି ଜିଲ୍ଲାପାଳ ଭାବେ ନିର୍ବାଚନ ଦାୟିତ୍ଵ ସମ୍ପାଦନ କରିଥଲେ। ଜଗତସିଂହପୁର ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କର ଓସେପା ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି ହୋଇଛି।
Sign in
Sign in
Recover your password.
A password will be e-mailed to you.