ବାହାରୁ ଶିକୁଳି ବୁଜି ଲକ୍ଷାଧିକ ମୁଲ୍ୟର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

0

ସନ୍ଧାନୀ କୁକୁର ନେଇ ପୋଲିସ କରୁଛି ଛାନଭିନ

ଓଡ଼ଗାଁ, ୬।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି କଲ୍ୟାଣ ସାହିରେ ବାହାର ପଟୁ ଶିକୁଳି ବନ୍ଦ କରି ଦୁର୍ବୁତ୍ତ ଲକ୍ଷାଧିକ ମୁଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ଅନୁସନ୍ଧାନ ଚଳାଇବା ସହ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାସ୍ଥଳରେ ଛାନଭିନ କରୁଛି।
ଗୋଲାପ ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ ୫ ତାରିଖ ଶୁକ୍ରବାର ବିଳମ୍ବିତ ରାତି ୩ ଘଟିକା ସମୟେ ଘରେ ସୋଇଥିବା ସମୟରେ ବାହାରପଟୁ ଶିକୁଳି ବନ୍ଦ କରି ୩ ରୁ ୪ ଜଣ ଦୁର୍ବୁତ୍ତ ଘରେ ପଶିବା ସହ ଘର ମଧ୍ୟରେ ନବ ବିବାହିତ ପୁଅ ରିତିକାନ୍ତ ସ୍ୱାଇଁର ଘର ମଧ୍ୟରେ ଥିବା ଆଲମାରୀ ଭାଙ୍ଗିବା ସହ ସେଥିରେ ଥିବା ୨୪ ଗ୍ରାମର ୨ ଗୋଟି ସୁନା ଚେନ, ୨୫ ଗ୍ରାମର ସୁନାର ରାଣୀହାର, ୧୫ ଗ୍ରାମର ସୁନାର ଲକେଟ, ସୁନାର କାନଫୁଲ ୨୦ ଗ୍ରାମ, ସୁନା ମୁଦି ୫ ଗୋଟି ଯାହାର ଓଜନ ୧୮ ଗ୍ରାମ ଓ ରୁପା ପାଉଁଜି ୩ ହଳ ଓ ଅନ୍ୟାନ୍ୟ ଜିନିଷପତ୍ର ଲୁଟି ନେଇଥିଲେ। ଏ ନେଇ ଗୋଲାପ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଅନୁସନ୍ଧାନ ଚଳାଇଛି।ଆଜି ସନ୍ଧ୍ୟା ସମୟରେ ପୁଲିସ କୁକୁର ସାହାଯ୍ୟରେ ତଦନ୍ତ ଚଲାଇଥିଲେ ଓ ଖୁବ ଶ୍ରୀଘ୍ର ଅଭିଯୁକ୍ତଙ୍କୁ କାବୁ କରାଯିବ ବୋଲି ପୁଲିସ କହିଛି। ଅନ୍ୟ ପକ୍ଷେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ଗୋଲାପଙ୍କ ପୁଅର ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା ଓ ଏହି ଚୋରିରେ ସ୍ଥାନୀୟ ଲୋକଙ୍କ ହାତ ଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.