ବିଜେପିରେ ଯୋଗ ଦେଲେ ଜଗତସିଂହପୁର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ

0

ଜଗତସିଂହପୁର,ତା-୦୬.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ କାଜୁ ନିଗମର ପୂର୍ବତନ ଚେୟାରମ୍ୟାନ ଅମରେନ୍ଦ୍ର ଦାସ ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର । ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ଵାଗତ କରାଯାଇଛି । କିନ୍ତୁ ଘରର ପୁଅ ପ୍ରତି ଅନ୍ୟାୟ ହେଉଛି । ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ଦାସଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ଲକ୍ଷ୍ମୀକାନ୍ତ ସ୍ଵାଇଁ, ଅଳାସୁସଦା ସରପଞ୍ଚ ଭ୍ରମବର ସ୍ଵାଇଁ, କାଉନସିଲର ଦେବାଶିଷ ସ୍ୱାଇଁ, ଗୋଲାବ ଅଲ୍ଲି ଖାଁନ୍, ପିଡେଇପୁରର ପୂର୍ବତନ ସରପଞ୍ଚ ନରେନ୍ଦ୍ର ବେହେରା, ହିମାଂଶୁ ରଞ୍ଜନ ମହାନ୍ତି, ତାରତଙ୍ଗା ପଂଚାୟତ ସମିତି ସଦସ୍ୟ ଲୋକନାଥ ମହାନ୍ତି, କାଦୁଆପଡା ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଶୋକ କୁମାର ଖଟୁଆ, ପଲ୍ଲିର ପୂର୍ବତନ ସରପଂଚ ଉପେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ଭୋଇ, ବିଜେଡି ନେତା ବରଦା ପ୍ରସାଦ ରାୟ, ବିନତ କୁମାର ତରାଇ, ମନୋରମା ବେହେରା, ବାଙ୍କନିଧ ରାଉତରାୟ ବିଜେପିରେ ଯୋଗ ଦେଇଛନ୍ତି l ସେହିପରି ନାଉଗାଁ ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ପର୍ଶୁରାମ ଜେନା, ବିଷ୍ଣୁଚରଣ ବେହେରା, ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ଧନେଶ୍ଵର ନାୟକ, ପ୍ରଭାସିନି ବେହେରା, ପଂଚାୟତ ସଦସ୍ୟ ସଭାପତି ପଞ୍ଚୁ ମଲ୍ଲିକ, ନୂଆଗାଁ ଗ୍ରାମ ପଂଚାୟତ ସଭାପତି ବିପିନ୍ନ ବେହେରା, ତିରୁନା ଗ୍ରାମ ପଂଚାୟତ ସଭାପତି ରଞ୍ଜନ ବିଶ୍ଵାଳ, ଛାତ୍ର ନେତା ତାପସ କୁମାର ଦାସ, ଯୁବନେତା ଜ୍ଞାନ ରଞ୍ଜନ ପରିଡା, ଓମ୍‌ପ୍ରକାଶ ନାୟକ, ପୂର୍ବତନ ସାଧାରଣ ସମ୍ପାଦକ ବିସ୍ମୟ ନନ୍ଦ ସ୍ଵାଇଁ, ଅୟନ ଗ୍ରାମ ପଂଚାୟତ ପୂର୍ବତନ ସଭାପତି କ୍ଷେତ୍ରମୋହନ ନାୟକ, ପୂର୍ବତନ କାଉନସିଲର ସବିତା ଦାସ, ନାଉଗାଁ ବ୍ଲକ ପୂର୍ବତନ ସମ୍ପାଦକ ବିଜୟ ବାରିକ, ସରପଞ୍ଚ ରାଜେଧର ଦାସ, ଶିଖର ଗ୍ରାମ ପଂଚାୟତ ପୂର୍ବତନ ସଭାପତି ବଧୂବାବନ ଜେନା, ତୁମା ଗ୍ରାମ ପଂଚାୟତ ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅଜିତ୍ କୁମାର ଲେଙ୍କାପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଜୁ ତରାଇ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସମ୍ପାଦକ ସରୋଳ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, ଓମ୍ ପ୍ରକାଶ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ଵାଗତ ଜଣାଇଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ନମ୍ବରରେ ତାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ।

Leave A Reply

Your email address will not be published.