ଭୁବନେଶ୍ୱର, ଏପ୍ରିଲ୍ ୫ : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅସାଧାରଣ ଅବଦାନ ନିମନ୍ତେ ଡକ୍ଟର ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
“ଆପଣଙ୍କର ଅନନ୍ୟ ପ୍ରଚେଷ୍ଟା ଓ ଅତୁଳନୀୟ ଅବଦାନ କେବଳ ଆମ ରାଜ୍ୟ ପାଇଁ ଗୌରବ ନୁହେଁ ବରଂ ଦେଶ ପ୍ରତି ଅନେକ ବ୍ୟକ୍ତିଙ୍କୁ ଏଭଳି ମହତ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦେଇଛି” ବୋଲି ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ଓଡିଏମ୍ ଏଜୁକେସ୍ନାଲ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ର ସଭାପତି ଡକ୍ଟର ସତ୍ୟବ୍ରତ ମିନକେତନ ଏକ ପତ୍ର ଜରିଆରେ ଉଲ୍ଲେଖ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.