ବିଜେପିରେ ସାମିଲ ହେଲେ ରାଜ୍ୟ କଂଗ୍ରେସ ଦୁଇ ଟାଣୁଆ ନେତା ବିଶ୍ୱଭୂଷଣ ଓ ରଜତ

0

ଓଡିଆ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିଛି ବିଜେଡି : ମନମୋହନ ସାମଲ

ଭୁବନେଶ୍ୱର,ତା.୦୫/୦୪: ବିକଶିତ ଭାରତ ଗଠନରେ ଯୁବକମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଯୁକ୍ତି ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ସମସ୍ତ ପ୍ରକାରର ସହଯୋଗ, ସହାୟତା ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦଳମତ ନିର୍ବିଶେଷରେ ଦେଶର ଯୁବବର୍ଗଙ୍କ ଆଦର୍ଶ ସାଜିଛନ୍ତି ମୋଦିଜୀ । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଯୁବବିରୋଧୀ ମାନସିକତା କାରଣରୁ ଓଡିଶା ଆଜି ଦାଦନ ଶ୍ରମିକ ଯୋଗାଣ ରାଜ୍ୟ ଭାବେ ପରିଗଣିତ ହେଉଛି । ଶିକ୍ଷିତ, କୁଶଳୀ ଓଡିଆ ବାଇଭଉଣୀମାନେ ଅନ୍ୟତ୍ରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ନିଜର ୨୪ ବର୍ଷ ଶାସନରେ ଓଡିଆ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିଛି ବିଜେଡି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ଦଳର ପୂର୍ବତନ ରାଜ୍ୟ ଉପସଭାପତି ତଥା ଯୁବ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ରଜତ ଚୈାଧୁରୀ ଏବଂ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଉପସଭାପତି ଶ୍ରୀ ବିଶ୍ୱଭୂଷଣ ଦାସ ନିଜ ନିଜ ଶତାଧରକ ସମର୍ଥକଙ୍କ ଗହଣରେ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ତପନ କୁମାର କାପ୍ତି, ଯୁବ କଂଗ୍ରେସ ନେତା ଇରାକ ମହାପାତ୍ର, ପାର୍ଥସାରଥୀ ଖୁଂଟିଆ, ପ୍ରତାପ ଖୁଂଟିଆ, ବିଚିତ୍ରାନନ୍ଦ ଦାଶ, ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ଭୋଳ, ଅରକ୍ଷିତ କାଣ୍ଡି, ନିକେଶ ରଂଜନ ନାୟକ, ମାନସ କାଣ୍ଡି ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସଂପାଦକ ସରୋଜ କର, ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ.ବିଭୁ ପ୍ରସାଦ ତରାଇ, ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଏକାମ୍ର ଭୂବନେଶ୍ୱର ବିଧାୟକ ପ୍ରାର୍ଥୀ ବାବୁ ସିଂ, ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ଓମ୍ ପ୍ରକାଶ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି ।
ଏହାପରେ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ସଦସ୍ୟତା କରାଇଥିଲେ ।

Leave A Reply

Your email address will not be published.