ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି। ସେ ଜଣେ ନିର୍ମଳ ଭାବମୂର୍ତ୍ତି ,କର୍ମଠ , ତଥା ସମୟାନୁବର୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ଯ କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର କାର୍ଯ୍ଯ କରିବାର ଶୈଳୀକୁ ସମସ୍ତେ ପ୍ରଶଂସା କରିଥିଲେ । ଶ୍ରୀ ବ୍ରଜରାଜ ବେହେରା କବିତା ମାଧ୍ୟମରେ ତାଙ୍କର ଗୁଣାବଳୀ କୁ ଉପସ୍ଥାପନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ, ଏବିଇଓ ରାମସିଂ ଭୋଇ, ଶିବ ପ୍ରସାଦ ଯୋଶୀ, ଜୟ କୁମାର ସାହୁ, ବି.ଆର୍.ଟି ପ୍ରଭାତ ସାହୁ, ଭଗବାନ ତରାଇ ମୁଖ୍ୟ କିରାଣୀ ଦିଲ୍ଲୀପ ଭୋଇ,ପୂର୍ବତନ ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ଜନକଲାଲ ମେହେର, ପୂର୍ବତନ ଏବିଇଓ ବିପିନ ମିଶ୍ର ଓ ଚଉଦ ଜଣ ସି.ଆର.ସି.ସି ଉପସ୍ଥିତ ଥିଲେ l ସଭା ଶେଷରେ ନିର୍ମଳ ଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପଛୋଡ଼ି ନିଆଯାଇ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post