ବରିଷ୍ଠ କର୍ମୀ ମାନଙ୍କୁ ଭେଟିଲେ ବିଜେପିର ଲୋକସଭା ପ୍ରାର୍ଥୀ ।

0

ଭବାନୀପାଟଣା( ଶାସକ ପ୍ରଶାସକ )କଳାହଣ୍ଡି ନିର୍ବାଚନ ମଣ୍ଡଳୀ ମାନଙ୍କରେ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ହେବିୱେଟ ନେତା ରମେଶ ମାଝୀଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ବିଜେପି ଟିକିଟ ଦେବା ସହ ଲୋକସଭା ପ୍ରାର୍ଥୀ ଭାବେ ମାଲବିକା ସିଂଦେଓଙ୍କୁ ଟିକିଟ ଦେଇଛି ।ରମେଶ ମାଝୀ ପୂର୍ବରୁ ଲଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଥାଇ ଲୋକଙ୍କ ଅନେକ ସମସ୍ୟା ଦୁରକରି ଦୁଃଖ ସୁଖର ସାଥୀ ହୋଇଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ଼ ବିଧାୟକ ହୋଇ ନିର୍ବାଚନି ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରକାଶ କରିଛନ୍ତି ।କଂଗ୍ରେସ ଓ ବିଜେଡ଼ି ଦଳ ପ୍ରାର୍ଥୀ ଘୋଷଣା ହୋଇସାରିଛି ହେଲେ ଜୟପାଟଣା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ପାଦ ଦେଇନାହାଁନ୍ତି ।ସେଥି ସକାଶେ ଶୁଭ ଅବସରରେ ବିଜେପି ର ଦୁଇ ପ୍ରାର୍ଥୀ ଆଜି ସନ୍ଧ୍ୟାରେ ବରିଷ୍ଠ କର୍ମୀମାନଙ୍କୁ ଭେଟି ନିର୍ବାଚନ ମଇଦାନକୁ ଓଲ୍ଲେଇବା ଚର୍ଚ୍ଚା ଦେଖିବାକୁ ମିଳିଛି ।ଏପଟେ ବିଜେଡି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀକୁ ନିଜ କବ୍ଜାରେ ରଖିଥିବା ବେଳେ ବିଜେପିର ରଣନୀତି ବିଜେଡିକୁ କି ପ୍ରଭାବ ପକାଇବ ଦେଖିବାକୁ ଆଗାମୀ ଦିନରେ ପ୍ରକାଶ ପାଇବ ।ଆଜି ଉଭୟପ୍ରାର୍ଥୀଙ୍କ ଜୟପାଟଣା ବ୍ଲକ ଗସ୍ତରେ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଜଗମୋହନପଟ୍ଟନାୟକ,ପୂର୍ବତନ ତିନୋଟି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ପାଣିଗ୍ରାହୀ, ଶ୍ରୀଯୁକ୍ତ ସୀତାରାମ ନାଏକ, ଶ୍ରୀଯୁକ୍ତ ଉଆଁସୁ ନିଆଲ ସମେତ ଅନେକ ବରିଷ୍ଠ କର୍ମୀମାନେ ସାଥିରେ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.