ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ପ୍ରାର୍ଥୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରୁ ବୋଲି ଦାବି

0

ଭବାନୀପାଟଣା( ଶାସକ ପ୍ରଶାସକ )ନର୍ଲା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଓ ବିଜେପି ର ପ୍ରାର୍ଥୀ ଘୋଷଣା ହୋଇସାରିଥିବା ସତ୍ୱେ ବିଜେଡି ଏପର୍ଯ୍ୟନ୍ତ ତାର ପ୍ରାଥୀ ଘୋଷଣା କରି ନାହିଁ l ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ଲୋକ ହୋଇଥିବାରୁ ନର୍ଲା ନିର୍ବାଚନ ଅଞ୍ଚଳ ବାସି ସ୍ଥାନୀୟ ପ୍ରାର୍ଥୀ ଦାବି କରି ଆସୁଛନ୍ତି ବର୍ତମାନ କେବଳ ବିଜେଡି ଉପରେ ହିଁ ଭରସା ରଖିଛନ୍ତି l ବିଶେଷ କରି ନର୍ଲା ଅଞ୍ଚଳ ରେ କେବଳ ମୁନା ମହାନ୍ତି ହିଁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି l ବାକି ରହିଲା ବିଜେଡି ସୁପ୍ରିମୋ ଉପରେ l ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଲୋକାଲ ନେତା ହି ନର୍ଲା ର ବିକାଶ ପାଇଁ ଦୁର୍ଗା ପ୍ରସାଦ ମହାନ୍ତି କୁ ଜୋର ଧରିଛି ନର୍ଲା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଗୁରତ୍ୱପୂର୍ଣ୍ଣ ଆସନ ନର୍ଲା ରେ ବିଜେଡି ସ୍ଥାନୀୟ ପ୍ରାର୍ଥୀ ଦେଉ ବୋଲି ଦାବି ଜୋର ଧରିଛି l ସାଧାରଣ ଜନତା ୨୦୧୯ ନିର୍ବାଚନରେ ଏହି ଦାବି ଉଠି ଥିବାବେଳେ ୨୦୨୪ ସାଧାରଣ ନିର୍ବାଚନରେ ସ୍ଥାନୀୟ ପ୍ରାର୍ଥୀ ପ୍ରସଙ୍ଗ ଜୋର ଧରିଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ଭକ୍ତ ଚରଣ ଦାସ ଓ ବିଜେପି ରୁ ଅନିରୁଦ୍ଧ ପଧାନ ପ୍ରାର୍ଥୀ ହୋଇଛନ୍ତି l ଏପଟେ ବିଜେଡି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ନର୍ଲା ବିଧାନସଭା ପାଇଁ ବର୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇନାହିଁ l ଏଥର ଏହି ଅଶନରେ କଂଗ୍ରେସର ହେବି୍ୱେଟ ନେତା ଭକ୍ତ ଚରଣ ଦାସ ଥିବାରୁ ତାଙ୍କୁ ଲୋକାଲ ପ୍ରାର୍ଥୀ ଭାବେ ବିଜେଡି ର ଦୁର୍ଗା ପ୍ରସାଦ ମହାନ୍ତି( ମୁନା) ହିଁ ଟକ୍କର ଦେଇ ନର୍ଲାରେ ବିଜେଡି ଦୁର୍ଗ ରକ୍ଷା କରିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି l ନର୍ଲା ଅଞ୍ଚଳ ବାସି ମୁନା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷା ମୋନରମା ମହାନ୍ତିଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରୁବୋଲି ଦାବି କରିଛନ୍ତି l

Leave A Reply

Your email address will not be published.