ନବାଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଧାନସଭା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

0

ଖଲ୍ଲିକୋଟ/(ଶାସକ ପ୍ରଶାସକ/ ଶିବରାମ ଜେନା) – ବହୁ ପ୍ରତୀକ୍ଷା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଜେପି ଓ ବିଜେଡି ର ଚୟନ ପ୍ରକିୟା ବିଳମ୍ୱ ହେଲେ ମଧ୍ୟ ଏହାର ସମାଧାନ ସୋଇଯାଇଛି। ଖଲ୍ଲିକୋଟ ରେ ବିଜେଡି ଦଳର ଛକାପଞ୍ଝା ଦେଖିବାକୁ ମିଳିଥିଲା ବେଳେ ଏବେ ଖଲ୍ଲିକୋଟ ର ବିଜେପି ପକ୍ଷରୁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଏମ୍ ଏ ଏଲ ଟିକେଟ୍ ମିଳିଛି।
ଏପରି ପ୍ରେକ୍ଷି ରେ କହିବାକୁ ଗଲେ ସେଜଣେ ପୂର୍ବତନ ୨ଥର ବିଧାୟକ ‌‌, ନାଲକୋ ର ଉଚ୍ଚପଦସ୍ଥ ପଦାଧିକାରୀ, ତଥା ଉଚ୍ଚଶିକ୍ଷିତ ଅଟନ୍ତି। । ସ୍ଥାନୀୟ ଖଲ୍ଲିକୋଟ ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା। ଏ ଅବସରରେବିଜେପି ପକ୍ଷରୁ ଗତ ତା ୩ – ୪ – ୨୪ ରିଖ ଅପରାହ୍ନ ସମୟରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।
ତାପରେ ସେଠାରୁ ସହର ପରିକ୍ରମା କରିବାସହ ମାଵାହୁତୀ ଠାକୁରାଣୀ ମନ୍ଦିର ଓ ଖଲ୍ଲିକୋଟ ର ଶ୍ରୀ ଜଗନ୍ନାଥ ମନ୍ଦିର କୁ ଦର୍ଶନାର୍ଥେ ଆସିବା ର ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ତଥା ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ବିଜେପି ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ, ଖଲ୍ଲିକୋଟ ଏନ୍ ଏ ସି ପୂର୍ବତନ ଅଧ୍ୟକ୍ଷ ତଥା ନଗର ସଭାପତି ଶ୍ରୀ ଶଙ୍କର ପ୍ରସାଦ ନାହାକ, ଶ୍ରୀ ସନ୍ତୋଷ କୁମାର ଗୌଡ଼, ଶ୍ରୀ ରମେଶ କୁମାର ପରିଡ଼ା, ବିଜେପି ମିଡ଼ିଆ ଶ୍ରୀ ଶମ୍ବୁନାଥ ପ୍ରଧାନ, ରବିନ୍ଦ୍ରନାଥ ନାୟକ, ପ୍ରଫୁଲ୍ଲ ବେହେରା, ପଦ୍ମ ଚରଣ ସାହୁଙ୍କ ଙ୍କ ସମେତ ଅନ୍ୟାନ୍ୟ ବିଜେପି କର୍ମୀ ମାନେ ସାମିଲ୍ ଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ଏବଂ ଅନ୍ୟାନ୍ୟ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ ବୋଲି ଜନଶ୍ରୁତି ରୁ ଜଣାପଡିଛି।

Leave A Reply

Your email address will not be published.