ଜଗତସିଂହପୁର,ତା-୦୪.୦୪.୨୦୨୪/ସୁମନ୍ତ କୁମାର ଦାସ: ଟିକଟରୁ ବଞ୍ଚିତ ହେବା ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ରାତିରେ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ | ଏହି ମର୍ମରେ ସେ ଦଳ ସୁପ୍ରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇବା ସହିତ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି l ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଅଣକଂଗ୍ରେସ ରାଜୀନୀତିରେ ଛାତ୍ରାଅବସ୍ଥାରୁ ସେ ସକ୍ରିୟ ରହିଥିଲେ । ବହୁ ବାର ଏସ୍.ଭି.ଏମ୍ କଲେଜ ଛାତ୍ର ସଂସଦ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲେ । ବିଷ୍ଣୁଙ୍କ ଅମଳ ଅର୍ଥାତ ୨୦୧୯ରେ ସେ ନିଜେ ଜଗତସିଂହପୁରରୁ ଦଳ ଟିକଟରେ ବିଧାୟକ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିଲେ । ତେବେ ଦଳ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଟିକଟ ଦେବାରୁ ବିବାଦର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଶାନ୍ତ ତାଙ୍କ ଘରକୁ ଯାଇ ହାତ ମିଳାଇଥିଲେ ଏବଂ ନିର୍ବାଚନରେ ବିଜେତା ହୋଇଥିଲେ। ଜିତିବା ପରେ କିନ୍ତୁ ପ୍ରଶାନ୍ତ ରାଜନୀତିର ଗୋଟି ଚଳାଇ ଅମରେନ୍ଦ୍ରଙ୍କଠାରୁ ଦୂରତା ରକ୍ଷା କରିଥିଲେ। ଅବଶ୍ୟ ଦଳ ଅମରେନ୍ଦ୍ରଙ୍କୁ ଟିକଟ ଦେଇନଥିଲେ ବି ଥଇଥାନ ପାଇଁ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଚୌକିରେ ବସାଇଥିଲା। ଏହା ସହ ଜିଲ୍ଲା ବିଜେଡି ସଭାପତି ଭଳି ଗୁରୁଦାୟିତ୍ଵ ମଧ୍ୟ ଦେଇଥିଲା। ପରେ ସଭାପତି ପଦରୁ ତାଙ୍କୁ ଅନ୍ତର କରାଯାଇ ପ୍ରଶାନ୍ତଙ୍କ କାନ୍ଧରେ ଏହି ଦାୟିତ୍ବ ନ୍ୟସ୍ତ କରିଥିଲା ଦଳ । ଏବେ ଏହି ଦାୟିତ୍ଵ ରବି ନାରାୟଣ ଜେନାଙ୍କ ଉପରେ ନ୍ୟସ୍ତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.