ମଜେସ ଶବର ଓ ଇନାସ ଦଳବେହେରା ସହିତ ଶତାଧିକ ନେତା କର୍ମୀ ବିଭିନ୍ନ ଦଳ ଛାଡ଼ି କଂଗ୍ରେସ ରେ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ବିଶାଳ ଜନ ସମାଗମ ରେ କଂଗ୍ରେସ ର ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ବିଜେଡି ବିଜେପି ଛାଡି ଶତାଧିକ ନେତା କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ବର୍ତମାନ ୨୦୨୪, ସାଧାରଣ ନିର୍ବାଚନରେ ଓଡିଶାର ୪୯ଟି ବିଧାନସଭା ଆସନ ପାଇଁ ଗତକାଲି କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାରଳାଖେମୁଣ୍ଡି ଆସନ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରାର୍ଥୀ ହେଉଥିବା ଘୋଷଣା ହୋଇଛି। ଏହାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ପଡିଛନ୍ତି। ଉତ୍ସାହି ହଜାର ହଜାର କଂଗ୍ରେସ ନେତା କର୍ମୀ ବିଜୟଙ୍କ ସହ ଆଜି ( ବୁଧବାର ଦିନ) ପାରଳାଖେମୁଣ୍ଡିରେ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। ଶୋଭାଯାତ୍ରା ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ବୃନ୍ଦାବନ ପ୍ୟାଲେସ ନିକଟରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ। ସଭା ମଞ୍ଚରେ ଦଳର ନୂଆ ଓ ପୁରୁଣା ନେତା ଏକାଠି ହୋଇ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ବିଜେପି ଏବଂ ବିଜେଡି ଛାଡି ବହୁ କର୍ମୀ ଓ ନେତା କଂଗ୍ରେସ ଦଳ ରେ ସାମିଲ ହୋଇଥିଲେ । ଏହାକୁ ନେଇ ବିଜୟ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଜନସମୁଦ୍ରକୁ ଦେଖିଲେ ଲୋକେ କଂଗ୍ରେସ ପ୍ରତି କେତେ ଆକୃଷ୍ଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇଛି। ତେଣୁ ଏଥର ପରିବର୍ତ୍ତନ ସୁନିଶ୍ଚିତ ବୋଲି ସେ କହିଛନ୍ତି। ପାରଳାଖେମୁଣ୍ଡି କଂଗ୍ରେସର ଗଡ ଭାବେ ପରିଚିତ। ତେଣୁ ଏହି ଗଡକୁ କଂଗ୍ରେସ କିଭଳି ଫେରିବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି ଏବଂ ଏହି ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ କହିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହଳଧର କାର୍ଯୀ , ଗୋପାଳପୁରର ପୂର୍ବତନ ବିଧାୟକ ତ୍ରିନାଥ ବେହେରା , ମୋହନା ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ , ଜୟମହୋନ ରାଓ , ବିଷ୍ଣୁ ମୁର୍ତ୍ତି , ଗୋଷାଣୀ ବ୍ଲକ କୃଷ୍ଣ ପାତ୍ର , ଗୀତା ଭୁୟାଁ , ଲଳିତ ମୋହନ ଦଣ୍ଡସେନା , ଗୁମ୍ମା ବ୍ଲକର , ରାମ ପ୍ରସାଦ ପଟ୍ଟନାୟକ , ସୁବାସ ପାତ୍ର , ଶୁକାନ୍ତି ଶବର କାଶୀନଗର ବ୍ଲକ ପ୍ରମୁଖ ନେତା କର୍ମୀମାନେ ମଞ୍ଚାସୀନ ହୋଇଥିବା ବେଳେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।