ରାଉରକେଲା:(ବସନ୍ତ କୁମାର ଜେନା) : ରାଉରକେଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ପବିତ୍ର ଉତ୍କଳ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ସହରରେ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲାା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସ୍ଥାନୀୟ ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସମବେତ ଜନତା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ସମୟରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ସହ ଆରଏମସି ଡେପୁଟି କମିଶନର ଅଜିତ କୁମାର ପଟ୍ଟନାୟକ, ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଭାଷାବିତ୍ ମାନେ ଉପସ୍ଥିତ ଥିଲେ। ଉତ୍କଳ ଦିବସ ଅବସରରେ ପ୍ରାତ: ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ଡାକବାଜୀ ଯନ୍ତ୍ର ଯୋଗେ ଉତ୍କଳ ଜନନୀଙ୍କ ପ୍ରିତି ମୂଳକ ବନ୍ଦନା ପ୍ରଚାର କରାଯାଇଥିଲା। ଚଳିତ ବର୍ଷ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post