ଚନ୍ଦାହାଣ୍ଡିରୁ ତ୍ରିଲୋଚନ ବେଶ୍ରା-ଶାସକ ପ୍ରଶାସକ-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ପାନାବେଡା ମହାବିଦ୍ୟାଳୟ ଠାରେ ସମ୍ବାଦ ସାହିତ୍ୟ ଘର ଓ ଉତ୍କଳ ସମ୍ମିଳନୀ ଶାଖା ଚନ୍ଦାହାଣ୍ଡି ସୌଜନ୍ୟତା ରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ପୂଜା ବିଧି କରାଯାଇଥିଲା ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କବିତା ପାଠ କରାଯାଇଥିଲା , ତା ସହିତ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଆତ୍ମବଳୀ କରିଥିବା ମହାପୁରୁଷ ମାନଙ୍କ ଫଟୋ ରେ ପୂଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ।
ଉତ୍କଳ ସମ୍ମିଳନୀ ଶାଖା ଚନ୍ଦାହାଣ୍ଡି ର ସଭାପତି ଶ୍ରୀ ସନ୍ତୋଷ କୁମାର ଖମାରୀ ଙ୍କ ପୌରୋହିତ୍ୟ ରେ ମୁଖ୍ୟ ଅତିଥି ଶ୍ରୀ ଦୂତୀବାହନ ଖମାରୀ ମୁଖ୍ୟବକ୍ତା ଡକ୍ଟର ଦିଲ୍ଲିପ କୁମାର ଲେଙ୍କା ସମ୍ମାନିତ ଅତିଥି ଶ୍ରୀ ଭୀମସେନ ଡଙ୍ଗରୀ ବ୍ଲକ କଳା ସଂସ୍କୃତି ସଂସଦ ଉପସଭାପତି ଭାବେ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭାଷା ଓ ସାହିତ୍ୟ ଘର କଥା ଶ୍ରବଣ କରିଥିଲେ ।
ଅତିଥି ମାନେ ଆଜି ଦିନର ଇତିହାସ ଆଲୋଚନା କରି ଆମ ସଂସ୍କୃତି ଐତିହ୍ୟ କୁ ଫେରାଇ ଆଣିବାକୁ ପଡ଼ିବ ବୋଲି କହିଥିଲେ। ଏହି କାର୍ଯ୍ୟ କ୍ରମ ରେ ବରିଷ୍ଠ ଲେଖିକା କାଦମ୍ବିନୀ ବେଶ୍ରା, ଭଗବାନ ବାଗ,ବଳରାମ କଟା ନଳିନୀ ଦଙ୍ଗରି ମଧ୍ୟ ଯୋଗ ଦେଇଥିଲେ ।
ଆଗାମୀ ବୈଠକ ରେ ଭାଷା ଓ ସୀମା ସୁରକ୍ଷା ଉପରେ ବିଭିନ୍ନ ପ୍ରତିଯୋଗୀତା ହେବ ବୋଲି ସଭ୍ୟମାନେ କହିଥିଲେ ।