ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୪/୨୪ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ଡାବୁଗାଁ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସ, ଓ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ଵତନ୍ତ୍ର ଓଡ଼ିଶା ଗଠନ ରେ ପ୍ରମୁଖ ଭୂମିକା ନେଇଥିବା ଓଡ଼ିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରାନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ଓଡ଼ିଶା ର ଭାଷା, ସଂସ୍କୃତି, ଏତିହ ଓ ପରମ୍ପରା ପାଇଁ ବିଶ୍ଵ ରେ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ରହିଥିବା ବେଳେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ,ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ , ହରେକୃଷ୍ଣ ମହତାବ, ବ୍ୟାସକବି ଫକିର ମୋହନ ସେନାପତି, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, କବିବର ରାଧାନାଥ ରାୟ, ସ୍ଵଭାବକବି ଗଙ୍ଗାଧର ମେହେର, ପଣ୍ଡିତ ନୀଳକଣ୍ଠ ଦାସ ଓ କର୍ମବୀର ଗୌରୀ ଶଙ୍କର ରାୟ ଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅପୂରଣୀୟ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ମହେଶ୍ୱର ନାଥ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଆରତୀ ବିଶୋଇ, ରଶ୍ମିରାଣି ପଣ୍ଡା, ରଶ୍ମିରଞ୍ଜିତା ନାୟକ, କେ ଦମୟନ୍ତୀ ଦୋରା, ସୁନାମଣୀ ପୂଜାରୀ, ବିନୀତା ଠାକୁର, ସୁପ୍ରିୟା ମହାଙ୍କୁଡ, ମୋନାଲିସା ପରିଡ଼ା, ପ୍ରମୁଖ ସାମିଲ ଥିଲେ। ସେହିପରି ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ଓ ଅନ୍ୟ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.