ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଥିଲେ। ତତ୍ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ବନସଂରକ୍ଷକ ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗାରାବନ୍ଧ ଥାନା ଅଧିକାରୀ ଓ ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀଙ୍କ ସହ ମିଶି ବୁରୁଝୁଲି ଗ୍ରାମର ସୀମାଦ୍ରୀ ଶବରଙ୍କ ଘର ବାଡ଼ିରେ ଥିବା ଏକ ବେଆଇନ କରତ କଳରେ ଏକ ମିଳିତ ଚଢ଼ାଉ କରାଯାଇଥିଲା। ଉକ୍ତ ପରିସର ମଧ୍ୟରେ ଖାନତଲାସୀ ବେଳେ ଘରେ କୌଣସି ବ୍ୟକ୍ତି ନ ଥିଲେ ଓ ମିଳିତ ଚଢ଼ାଉ କରାଯିବା ଖବର ପାଇ ସେଠାରୁ ଆସାମୀ ଫେରାର ହୋଇଯାଇଥିଲେ।
ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ବେଆଇନ ଶାଗୁଆନ କାଠ ୬୭ ଗୋଟି , କଷି ସାଇଜ ୧୨ ଗୋଟି , କାଠ କାଟିବା ମେସିନ , ସ୍ପ୍ରେ ମେସିନ ଜବତ କରାଯାଇଥିଲା। ଉକ୍ତ କାଠକୁ ଏବଂ ଜବତ ହୋଇଥିବା ମେସିନକୁ ମହେନ୍ଦ୍ର ବନାଞ୍ଚଳ ହତା ପରିସର ମଧ୍ୟରେ ରଖାଯାଇଥିଲା ଜଣାପଡିଛି। ଉକ୍ତ ଚଢ଼ାଉ ସମୟରେ ବନପାଳ ଦୁର୍ଯ୍ୟଧନ ଜେନା , ବନରକ୍ଷୀ କେ.ଗିରିଶ କୁମାର , ଲକ୍ଷ୍ମୀ ନାରାୟଣ ପାଇକ , ଲକ୍ଷ୍ମୀପ୍ରିୟା ସାହୁ , ଗାରାବନ୍ଧ ଥାନା ଅଧିକାରୀ ରୀନାରାଣୀ ସାହୁ ସହ ଅନ୍ୟ ପୋଲିସ କର୍ମୀ ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଉପସ୍ଥିତ ରହି ଚଢ଼ାଉରେ ଭାଗ ନେଇଥିଲେ ବୋଲି ଗଣମାଧ୍ୟମକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.