ପଦ୍ମପୁର ଉପଖଣ୍ଡସ୍ତରୀୟ ଓଡିଶା ଦିବସ ୨୦୨୪ ପାଳିତ l

0 1

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସଭାଗୃହରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ୨୦୨୪ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୌହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ଭାଷା ସାହିତ୍ୟ ର ସୁରକ୍ଷା ପାଇଁ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡଃ ସରୋଜ କୁମାର ନାଏକ ଯୋଗଦାନ କରି ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ ଉପରେ ତାଙ୍କର ମତାମତ ଉପସ୍ଥାପିତ କରିବା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ସୁଶ୍ରୀ ନୀତୁଶ୍ରୀ ମେହେର ଓ ସିଡିପିଓ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପତିଙ୍କ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ କରି ସ୍ଵାଗତ ଭାଷଣ ଦେଇଥିଲେ l ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନଙ୍କ ଦ୍ଵାରା ଓଡିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ଵଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଏହି ଅବସରରେ ବିଭାଗୀୟ ଅଧିକାରୀ ଗୌରାଙ୍ଗ ଚରଣ ଦେବତା ଏବଂ ରାଜସ୍ଵ ସୁପରଭାଇଜର ପାଣିଗ୍ରାହୀ ଓଡିଶା ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ l ସଭା ଶେଷରେ ବରିଷ୍ଠ ରାଜସ୍ୱ ସହାୟକ ତୁଷାରକାନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଓଡିଶା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ ଜର୍ଜ୍ କୋର୍ଟ ବିଲଡିଂ ରେ ରଙ୍ଗୀନ ଆଲୋକ ମାଲାରେ ସୁସଜ୍ଜିତ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ l

Leave A Reply

Your email address will not be published.