ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:୦୧-୦୪-୨୦୨୪ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କୀରନ ଦୀପ କୌର ସାହୋତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶାର ବରପୁତ୍ର ମାନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନଞ୍ଜୟ ବେହେରା ଅଧ୍ୟକ୍ଷତା କରିଥିଲେ । ସହରର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ୱାଧୀନ କୁମାର ବାଉରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମୌନିକା ପାତ୍ର, ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଛାତ୍ର ସୃତି ବର୍ଦ୍ଧନ, ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀ ଶୁଭସ୍ମିତା ମହାପାତ୍ର ପ୍ରମୁଖ ଉତ୍କଳ ଦିବସ ଉପରେ ବ୍ୟକ୍ତବ ରଖିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣ ମାଧ୍ୟମରେ ପୁରୀ ଜଗନ୍ନାଥ ଧାମ ଓ ଜଗନ୍ନାଥ ମହାପ୍ରଭୁଙ୍କ ମାନବୀୟ ଲୀଳା, କୋଣାର୍କର କଳା, ଚନ୍ଦ୍ରଭାଗର ସୌନ୍ଦର୍ଯ୍ୟ, ସମ୍ବଲପୁରୀ ଶାଢ଼ୀର ଚାହିଦା ଆଦି ଓଡ଼ିଶାର ଗୌରବକୁ ବିଶ୍ୱରେ ପରିଚିତ କରି ପାରିଛି ବୋଲି କହିଥିଲେ ।
ଅନନ୍ତ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଆଦର୍ଶ ଥାନା ଅଧିକାରୀ, ମଙ୍ଗଳ ଅଧିକାରୀ, ପ୍ରଗ୍ରାମ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ସାମ୍ବାଦିକ ସମୂହ ଉପସ୍ଥିତ ଥିଲେ । କନିଷ୍ଠ ରାଜସ୍ୱ ସହାୟକ ଯସ୍ମୀନ ଭୂୟାଁ ଓ ଯସ୍ମୀନ ଦୋରା ସହଯୋଗ କରିଥିଲେ ।

 

Leave A Reply

Your email address will not be published.