ସରସ୍ବତୀ ଶିଶୁ ମନ୍ଦିରରେ ୮୯ତମ ଓଡ଼ିଶା ଦିବସ ପାଳିତ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୮୯ତମ ଓଡ଼ିଶା ଦିବସ ତୀରଲ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ବିଶିଷ୍ଟ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଇଂଜିନିୟର ଶ୍ରୀଯୁକ୍ତ ସଞ୍ଜୟ ଜେନା ଯୋଗ ଦୋଇଥିଲେ। ମହେନ୍ଦ୍ରତନୟା ସାହିତ୍ୟ ସଂସଦ , ସହ-ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ସଂସଦର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ। ଏହି ଅବସରରେ ସହରର ଅନେକ ସାହିତ୍ୟ ପ୍ରେମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଘର୍ଷମୟ ସୁଦୀର୍ଘ ଇତିହାସ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଜୀବନର ଓଡ଼ିଆ ଭାଷାର ବହୁଳ ମାତ୍ରାରେ ବ୍ୟବହାର କରିବା ପାଇଁ ଆହ୍ବାନ କରିଥିଲେ।
ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷରେ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଜୀବନ ସଦସ୍ୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ , ଗୁରୁମାଙ୍କର ସହଯୋଗରେ ପରିଚାଳନା କରାଯାଇଥିଲା।

Leave A Reply

Your email address will not be published.