ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଲୋକସଭା ବିଜେଡ଼ି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିଶାଳ ସ୍ବାଗତ ସମ୍ବର୍ଦ୍ଧନା :
https://youtu.be/kL5xRzpw3BQ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜାଶଧାରାକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରିବାକୁ ଆହ୍ବାନ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ନୂତନ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନ ଫଳରେ ହଜାର ହଜାର ସଂଖ୍ୟାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଭୋଟରମାନେ ଯୋଗଦାନ କରି ଶ୍ରୀ ମହାନ୍ତିଙ୍କୁ ବିପୁଳ ସାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ବରେ ପ୍ରଥମେ କୁଳିଆ ସ୍ଥିତ ରଘୁନାଥଜୀଉ ମନ୍ଦିରରେ ପୂଜାର୍ଚନା ସହିତ ପରେ ପରେ ବ୍ଳକ ଛକ ସ୍ଥିତ ବାବାସାହେବ ଡ଼.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଏବଂ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି ନେତୃବୃନ୍ଦ, ମହିଳା, ବିଜେଡ଼ି କର୍ମୀ ଓ ସାଧାରଣ ଲୋକେ ଏଥିରେ ଯୋଗ ଦେଇଥିଲେ । ପ୍ରାର୍ଥୀତ୍ବ ଘୋଷଣା ପରେ ଶ୍ରୀ ମହାନ୍ତି ରବିବାର ଅପରାହ୍ନରେ କୁଳିଆ ଶ୍ରୀ ରଘୁନାଥଜୀଉ ଓ ମହାବୀରଙ୍କୁ ଦର୍ଶନ କରି ତାଙ୍କର ପ୍ରଥମ ପ୍ରଚାର ଆରମ୍ଭ କରିଛନ୍ତି। ସ୍ୱର୍ଗତ ବିଜୁ ବାବୁଙ୍କ ପରିକଳ୍ପନା ସ୍ୱପ୍ନର ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବାସ୍ତବ ରୂପ ଦେଉଛନ୍ତି ସେଥିରେ ଅଂଶୁମାନ ନିଜେ ସମ୍ପୃକ୍ତ ହୋଇ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।
କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକମାନଙ୍କର ସୁଖ ଦୁଃଖର ସାଥୀ ହେବା ସହିତ ପ୍ରଗତି ପଥରେ ଆଗେଇ ନେବେ ବୋଲି ଉପସ୍ଥିତ ଜନତାଙ୍କୁ ଶ୍ରୀ ମହାନ୍ତି ବାର୍ତ୍ତା ପ୍ରଦାନ କରିଛନ୍ତି । ମାହାଙ୍ଗା ବିଧାୟକ ଶ୍ରୀ ଜେନା ତାଙ୍କ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ପ୍ରଦାନ କରି ବିଧାୟକ ତଥା ସାଂସଦ ପ୍ରାର୍ଥୀଙ୍କୁ ସର୍ବାଧିକ ବ୍ୟବଧାନରେ ବିଜୟ ଲାଭ କରିବା ପାଇଁ ମାହାଙ୍ଗା ବାସୀଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ,ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ବ୍ଳକ ଅଧ୍ୟକ୍ଷା ରୋଜୀ ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡ଼ି କୃଷକ ସଂଗଠନ ସଭାପତି ଜ୍ୟୋତିପ୍ରକାଶ ସାଇଁ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗିରିଶରଂଜନ ମହାପାତ୍ର,ସମାଜସେବୀ ହିମାଂଶୁଶେଖର ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରେଖାରାଣୀ ସାମନ୍ତରାୟ, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜୋନ୍ ସଭାପତି ଜୟଦେବ ରାଉତ, ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଯୁବନେତା ଅରୁଣ ସାମନ୍ତରାୟ ଙ୍କ ସମେତ ବହୁ ସରପଞ୍ଚ , ସମିତିସଭ୍ୟ ସଭ୍ୟା, ବିଜେଡ଼ି ପଞ୍ଚାୟତ ସଭାପତି ଯୋଗ ଦେଇଥିଲେ ।