(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ରାଜନୀତିର ଏନ୍ତୁଡ଼ିଶାଳ ଖଲ୍ଲିକୋଟ, କାହିଁ କେଉଁ ଆବହମାନ କାଳରୁ ଏ ଚିରାଚରିତ ପ୍ରଥା ଚାଲୁରହିଛି । ରାଜତନ୍ତ୍ର ର ଅଵସାନ ଘଟିଥିବା ବେଳେ ଏବେ ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ମାନେ ଗଣତନ୍ତ୍ର ର ସ୍ବାଦ ଚାଖିବାକୁ ପ୍ରୟାସ ଜାରି ରଖିବା କଥା ଦୃଷ୍ଟି ଗୋଚର ହେଉଛି।
ଦିନଥିଲା ରାଣୀ ସାହେବଙ୍କ ନାଁ ନେଇ କୁଜି ନେତାମାନେ ବୈତରଣୀ ନଦୀ ପାର ହେଉଥିଲେ। ରାଣୀ ସାହେବଙ୍କ ହାତରେ ଥିଲା ରିମୋଟର,ଆଉ ରିମୋଟର ମାଧ୍ୟମରେ ସେ ଜନସାଧାରଣ ତଥା ଅନ୍ୟାନ୍ୟ ମାନଙ୍କୁ ନିୟନ୍ତ୍ରଣ କରିବାରେ ବେଶ୍ ପାରଦର୍ଶିତା ହାସଲ କରିଥିଲେ। କିନ୍ତୁ ରାଣୀ ସାହେବଙ୍କ ଦେହାନ୍ତ ପରେ ଖଲ୍ଲିକୋଟ ଗଡର ବିଜେଡି ଦୁର୍ଗ ଭୁଷୁଡି ପଡିବାର ପରିଲକ୍ଷିତ ହେଉଛି। ଏମ୍ ଏ ଏଲ ଟିକେଟ୍ ପାଇଁ ଲାଗିଛି ଗୋଷ୍ଠୀ କନ୍ଦଳ , ତେଣେ ସମର୍ଥ ମାନଙ୍କ ମଧ୍ୟରେ ଶତ୍ରୁତା ବଢିବାର ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ କହିବାକୁ ଗଲେ ଭାରତୀୟ ଜନତା ପାର୍ଟି ର ସାଙ୍ଗଠନିକତା ଖୁବ୍ ଲୋକପ୍ରିୟ ହେଵାର ପରିଲକ୍ଷିତ ହେଉଛି ବୋଲି ଚର୍ଚ୍ଚା ଚାଲିଛି। ଆସିକା ଲୋକ ସଭା ଵିଜେପି ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶୀନିଙ୍କୁ ଗୁରାପଲୀସ୍ଥ ଟୁଲ୍ ଗେଟ୍ ରୁ ପାଛୋଟି ଅଣାଯାଇଥିଲା।
ଏହାପରେ ଖଲ୍ଲିକୋଟ ସ୍ଥ ମର୍ଦ୍ଦରାଜ ଦେଓ ଶିଶୁ ଉଦ୍ୟାନ ନିକଟରେ ସ୍ବାଗତ ସମ୍ବର୍ଦ୍ଧନା ଫୁଲତୋଡ଼ା ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ସାଙ୍ଗକୁ ପୁଷ୍ପ ବୃଷ୍ଟି ହେବାର ପରିଲକ୍ଷିତ ହୋଇଥିଲା। ଏ ଅବସରରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରୁ ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ଜନସମାଗମ ଦେଖିବାକୁ ମିଳିଛି ।
ଶିଶୁ ଉଦ୍ୟାନ ଠାରୁ ବସ୍ ଷ୍ଟାଣ୍ଡରେ ପହଁଚି ସେଠାରୁ ସେ ଜଗନ୍ନାଥଙ୍କର ମନ୍ଦିର ନିକଟରେ ପହଞ୍ଚିଥିଲେ ଏବଂ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସରକାରଙ୍କ ମନୋମୁଖୀ ଶାସନ ତଥା ଭ୍ରଷ୍ଟାଚାର ସରକାରଙ୍କ ଶାସନ ବିରୁଦ୍ଧରେ ଵିଶୋଦଗାର କରିବାର ଦୃଶ୍ୟମାନ ହୋଇଥିଲା। ସେ କହିଛନ୍ତି ଯେ, ଏଥର ବିଜେପି ନିଶ୍ଚୟ ଜିତିଵ ଆଉ ବିକଶିତ ହେବ ଖଲ୍ଲିକୋଟ ସହର , ବିକଶିତ ହେବ ଗଞ୍ଜାମ ଜିଲ୍ଲା, ବିକଶିତ ହେବ ଆସ୍କା। ଆସନ୍ତା ମଇ ୨୦ରେ ବିଜେପି ତାର ଶକ୍ତି ପ୍ରଦର୍ଶନ କରିବ ।
କାର୍ଯ୍ୟକ୍ରମ ରେ ଶ୍ରୀ ଅନିଲ କୁମାର ପଣ୍ଡା, ଶ୍ରୀ ଯଜ୍ଞ ନାରାୟଣ ଦାସ, ଶ୍ରୀ ଶଙ୍କର ପ୍ରସାଦ ନାହାକ, ଶ୍ରୀ ଜଗନ୍ନାଥ ଭୂୟାଁ, ଶ୍ରୀ ସନ୍ତୋଷ କୁମାର ଗୌଡ଼, ଶ୍ରୀ ଶମ୍ବୁ ପ୍ରଧାନ, ଓ ଅନ୍ୟାନ୍ୟ ବହୁ ଦୂରଦୂରାନ୍ତରୁ ଆସିଥିବା ଜନସାଧାରଣ ମାନେ ଉପସ୍ଥିତ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.