ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ।

0 1

କଲ୍ୟାଣସିଂହପୁର/ମାଲେଶ କୌଶଲ୍ୟା :ଅନାଥ ଯୁବକଙ୍କ ବାହାଘର କରାଇଲେ ଗ୍ରାମବାସୀ | ଏହିପରି କଥା ନଜରକୁ ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସୁନାଖଣ୍ଡି ପଞ୍ଚାୟତର ବାରିଆ ପଡ଼ା ଗାଁ ରେ। ବାପା ମା ଛେଉଣ୍ଡ ଅନାଥ ଯୁବକ ଙ୍କୁ ଆଜି ନିଜ ପରମ୍ପରା ରିଥି ନୀତି ନିୟମ ଅନୁଯାୟୀ ପୂଜା ପାଠ କରି ଗାଁ ଲୋକ ମାନେ ବାହାଘର କରିଥିବା ଦେଖିବା କୁ ମିଳିଛି।
ବାପା ଓ ମାଆ ନିଜର ଏକ ମାତ୍ର ପ୍ରଥମ ସନ୍ତାନ କୁ ଜନ୍ମ ଦେବା ପରେ ଆର ପାରିକୁ ଚାଲି ଯାଇଥିଲେ। ଅନାଥ ହୋଇ ଯାଇଥିଲେ ନରେଶ। ଗାଁ ଲୋକ ମାନଙ୍କ ସାହାଯ୍ୟରେ ଲାଳନ ପାଳନ କରି ବଡ଼ ହେଲା ପରେ ଆଜି ବାହା କରିଛନ୍ତି ଗ୍ରାମବାସୀ।
ଗରିବ ବେସାହାରା ନରେଶ କାଡ୍ରକା ବର୍ତ୍ତମାନ ଭଙ୍ଗା ଦଦରା ଚାଳ ଛପର କୁଡ଼ିଆ ଘରେ ବିତାଇବେ ଜୀବନ। ନା ମିଳିଛି ଆବାସ ଘର,ନା ମିଳିଛି ସରକାର ଙ୍କ ତରଫରୁ ଅସହାୟ ସାହାଯ୍ୟ । ଗରିବ ଙ୍କ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ବଞ୍ଚିତ ରହିଛନ୍ତି। ଘର ଖଣ୍ଡିଏ ପାଇଁ ପଂଚାୟତ ରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଗୁଆରୀ କରିଥିଲେ ମଧ୍ୟ କେହି କର୍ଣ ପାତ କରିନଥିବା ଅନାଥ ଯୁବକ ନରେଶ କହିଛନ୍ତି।
ବର୍ତ୍ତମାନ ବିବାହ ହୋଇ ଭଙ୍ଗା ଦଦରା ଘରେ ରହି କେମିତି ସଂସାରିକ ଜୀବନ ଆରମ୍ଭ କରିବେ ବୋଲି ଚିନ୍ତା ରେ ଅଛନ୍ତି । ସରକାର ଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ପଞ୍ଚାୟତ ବାସୀ ।

Leave A Reply

Your email address will not be published.