ଭୁବନେଶ୍ୱର : ବିଗତ କିଛିଦିନ ହେବ ରାଜଧାନୀର ହସ୍ପିଟାଲ ମାନଙ୍କରେ ଦେଖାଯାଉଥିବା ରକ୍ତର ଅଭାବକୁ ଦୂର କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଦ୍ଵାରା ଆୟୋଜିତ ପାଞ୍ଚ ଦିନିଆ ରକ୍ତଦାନ ଶିବିରର ଆଜି ଶେଷଦିନ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସ୍ଵଇଚ୍ଛାରେ ଆସି ରକ୍ତଦାନ କରିବାର ଦେଖିବାକୁ ମିଳିଥିଲା। ପାଞ୍ଚଦିନ ମଧ୍ୟରେ ସର୍ବମୋଟ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାର ଖବର ମିଳିଥିବା ବେଳେ ନିୟମିତ ଭାବେ ଏହି ରକ୍ତ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କରୁ ଯାଇ ଅନେକ ରୋଗୀଙ୍କ ଜୀବନ ରକ୍ଷା କରି ପାରୁଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଅନୁଯାୟୀ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ୍ ଅଟେ। ସମସ୍ତ ରକ୍ତଦାତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହ ଏପରି ମୁହୂର୍ତ୍ତରେ ସମସ୍ତେ ସ୍ଵେଚ୍ଛାକୃତ ଭାବେ ଆସି ରକ୍ତଦାନ କାରିବା ଉଚିତ୍ ବୋଲି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି। ତେବେ କ୍ୟାପିଟାଲ ହସ୍ପିଟାଲ ବ୍ଳଡ଼ ବ୍ୟାଙ୍କ୍ ଠାରେ ରକ୍ତଦାନ ଶିବିରର ଆୟୋଜନ କରିବା ନିମନ୍ତେ ସବୁପ୍ରକାର ସୁବିଧା ସୁଯୋଗ ରହିଥିବାରୁ, ସମାଜସେବୀ ସଂଗଠନ ମାନେ ବିନା କୌଣସି ଦ୍ୱିଧାରେ ଆସି ଏହିଠାରେ ଶିବିରର ଆୟୋଜନ କରିବାପାଇଁ ଶ୍ରୀ ସାମନ୍ତରାୟ ଉତ୍ସାହିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.