ଗୁଣପୁର ପୋୖରାଞ୍ଚଳର ବିଜେଡି କର୍ମୀ ସମ୍ମିଳନୀ , ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ପୁରୁଣା ଗୁଣପୁର ଶ୍ରୀଗୁଣ୍ଡିଚା ପଡିଆ ନିକଟରେ ପୌରାଞ୍ଚଳ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ବାଚନ ରଣ କୋୖଶଳ ସହ ନିର୍ବାଚନ ପରିଚାଳନା ନିମନ୍ତେ ୱାର୍ଡ କମିଟି ଗଠନ ଉପରେ ଆଲୋଚନା ହୋଇଥିଲା। ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ମିଳିବା ଉପରେ ନେତା ମାନେ ଗୁରୁତ୍ବାରୋପ କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନ ପାଇଁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଦ୍ବିତୀୟ ଥର ପାଇଁ ଟିକଟ ଦେଇ ଆସ୍ଥା ପ୍ରକଟ କରିଥିବାରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ବିଜେଡି ନେତା ଓ କର୍ମୀ ମାନେ ଫୁଲତଢ଼ା ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗ ସମସ୍ତ କର୍ମୀଙ୍କ ସହଯୋଗ କାମନା କରିଥିଲେ। ଗତ ୫ ବର୍ଷରେ ଗୁଣପୁର ପୌରାଞ୍ଚଳ ସମେତ ନିର୍ବାଚନ ମଣ୍ଡଳୀର ଅଦ୍ଭୁତପୂର୍ବ ବିକାଶ ସମ୍ପର୍କରେ ବିଜେଡି ନେତା ମାନେ ଆଲୋକପାତ କରିଥିଲେ। ବିକାଶକୁ ପାଥେୟ କରି କର୍ମୀ ମାନେ ଏକଜୁଟ ହୋଇ ନିଷ୍ଠାପର ଭାବେ ଉଦ୍ୟମ କଲେ ଆସନ୍ତା ନିର୍ବାଚନ ବୈତରଣୀ ପାର ହେବା ସହଜସାଧ୍ୟ ହୋଇପାରିବ ବୋଲି ବରିଷ୍ଠ ବିଜେଡି ନେତା ଆହ୍ଵାନ ଦେଇଥିଲେ। ପୂର୍ବତନ କାଉନସିଲର ମୁନା ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ନେତ୍ରାନନ୍ଦ ଗାମାଙ୍ଗ, ବରିଷ୍ଠ କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଶିବ ପ୍ରସାଦ ପାଢ଼ୀ, ଶାନ୍ତୁନୁ ରଥ, ଭାଗୀରଥି ବିଷୋୟୀ ,ନଗର ବିଜେଡି ସଭାପତି ରାମ ପଣ୍ଡା,ଏସ ବାବା ପ୍ରସାଦ, ଗଣେଶ ପଣ୍ଡା, କୃଷ୍ଣଚନ୍ଦ୍ର ସେନାପତି, ରମେଶ ଚନ୍ଦ୍ର ଲିମା, ସୁଜିତ ଶତପଥୀ, ସୁଧାକର ଶତପଥୀ, କିରଣ କୁମାର, ପୂର୍ଣ୍ଣ ବାଉରୀ,ସାନ ବାଉରୀ,ଟୁକୁନା ରଥ,ପି. ସାଇ କୁମାର,ଲକ୍ଷ୍ମୀ ମହାପାତ୍ର,ଦିପୁନ ମହଙ୍କୁଡ଼,ବିଶ୍ଵନାଥ ସାହୁ,ଶାନ୍ତୁ ପଟନାୟକ,ଦେବୀ ବାଉରୀ,ଯୋଗୀ ପ୍ରତାପ, ଜିତୁ ନାୟକ, ରିଣ୍ଟୁ ଦାଶ,ଏମ୍ ଶ୍ରୀନୁ,ନରସିଂହ ମାଳି ଓ ଅନ୍ୟ ପ୍ରମୁଖ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.