କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କୁଟେଲପଦର (କୁସମୁଣ୍ଡି ) ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଚିତ୍ର ଘର ହେଇଛି କିନ୍ତୁ କବାଟ ଝରକା ନ ଥିବାର ଦେଖିବାକୁ ମିଳିଥିଲା l ଏହି ଗାଁ କୁ କିଛି ଅସାଧୁ ଠିକାଦାର ମାନେ କାମ କରିଥିବା ଅଭିଯୋଗ ଯୋଗ କରିଛନ୍ତି ଗ୍ରାମ ବାସି l ଏହି ଗାଁ ପ୍ରାୟ ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର ପ୍ରାୟ ୫୦ ବର୍ଷରୁ ବସବାସ କରି ଆସୁଛନ୍ତି, ଉପାନ୍ତ ଅଞ୍ଚଳ କୁଟେଲପଦର ଗାଁରେ ଗମନା ଗମନ ପାଇଁ ରାସ୍ତା ଖଣ୍ଡେ ନାହିଁ କି ପାନୀୟ ଜଳ ବ୍ୟବସ୍ତା,ନାହିଁ ପ୍ରଶାସନ କୁ ଗ୍ରାମ ବାସି ମାନେ ବହୁ ଅଭିଯୋଗ ଓ ଅଭିଯୋଗ ଶୁଣାଣୀ ରେ ମଧ୍ୟ୍ୟ ବାରମ୍ବାର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ୍ୟ କର୍ଣ୍ଣ ପାତ କରୁନଥିବା ଅଭିଯୋଗ ଗ୍ରାମ ବାସି କହିଛନ୍ତି l ସରକାର ଏଠି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କିଛି ଅସାଧୁ ଠିକାଦାର ମାନେ ହରିଲୁଟ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ବାସ୍ତବ ଚିତ୍ର ସମ୍ପୂର୍ଣ ଭିର୍ନ୍ନ, ଏବେବି ଏନେକ ଆଦିବାସୀ ବହୁ ଗ୍ରାମରେ ଲୋକ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କ ଜାଣି ନାହାନ୍ତି କୁଟେଲପଦର ଏକ ଉଦାହରଣ ଏହି ଗ୍ରାମ କୁ ଯଥାଶୀଘ୍ର ସମସ୍ୟା ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ଆଦିବାସୀ ମାନଙ୍କ ଦାବି l
Sign in
Sign in
Recover your password.
A password will be e-mailed to you.