୬୦ ପରିବାର ଭୋଗୁଛନ୍ତି ପାନୀୟ ଜଳ ର କଷ୍ଟ ଜଳ ଯୋଗାଣ ଅଧିକାରୀ ଙ୍କ ଅଣଦେଖା

0 1

ଭବାନୀପାଟଣା( ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତ ଅଧିନସ୍ତ କୁଟେଲପଦର ଗାଁ ରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି l କୁଟେଲପଦର ବସବାସ କରୁଥିବା ପ୍ରାୟ ୪୫ରୁ ଉର୍ଦ୍ଧ ଆଦିବାସି ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ସରକାର ଯୋଗାଇ ଦେଇଥିବାବେଳେ ତାହା ୬ମାସ ହେଇଗଲାଣି ପଡି ରହିଛି l ଅଚଳ ହୋଇପଡିଛି ଫଳରେ ଏଠିକାର ଲୋକେ ନାହିଁ ନ ଥିବା ଅସୁବିଧାର ଶମ୍ବୁଖିନ ହେଉଛନ୍ତି l ଏଠାରେ ଏହି ନଳକୂପକୁ ସଂଲଗ୍ନ କରି ଏକ ଜଳ ଯୋଗାଣ କରାଯାଉ ବୋଲି ଗ୍ରାମ ବାସି କହିଥିଲେ ହେଲେ ଗତ ବର୍ଷ ଏହି ପ୍ରକଳ୍ପ ଉପରେ ଉପରେ କିଛି ଟାଙ୍କି ଲାଗି ଥିବାରୁ ପାଣି ଟାଙ୍କି ଭାଙ୍ଗି ଯାଇଛି l ଏହାର ମରାମତି ନେଇ ପ୍ରଶାସନ ପାଖରେ ଜଣାଇଥିଲେ ସୁଦ୍ଧା କେହି ଶୁଣୁ ନ ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମର ଆଦିବାସୀ ମାନେ l ବର୍ତମାନ ଦିନକୁ ଦିନ ଖରାରପ୍ରକୋପ ବଡି ଚାଲିଥିବା ବେଳେ ପାନୀୟ ଜଳର ଆବଶ୍ୟକତା ମଧ୍ୟ ତଦନୁଯାୟୀ ବଡ଼ିବାରେ ଲାଗିଛି l ପ୍ରଶାସନ ତୁରନ୍ତ ସୌର ପ୍ରକଳ୍ପ ମରାମତି ସହ ନଳକୂପ ମଧ୍ୟ ମରାମତି କରିବାକୁ ଗ୍ରାମବାସି ଙ୍କ ଦାବି

Leave A Reply

Your email address will not be published.