ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

0

ଜଗତସିଂହପୁର,ତା-୩୧.୦୩.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଜିଲ୍ଲା କୋର୍ଟ ପରିସରରେ ଶାନ୍ତିଶୁଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ସଭାପତି ,ଉପସଭାପତି ,ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ବହୁ ପ୍ରତିଦ୍ୱନ୍ଦିତାପୂର୍ଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ନିର୍ବାଚନରେ ସମୁଦାୟ 339 ଜଣ ଆଇନଜୀବୀ ନିଜର ମତ ସାବ୍ୟସ୍ତ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସଭାପତି ପଦବୀ ପାଇଁ ରବୀନ୍ଦ୍ର ନାଥ ମହାନ୍ତି ,ସୁରେନ୍ଦ୍ର ବାରିକ ଓ ସୁବାଷ ଭୂଷଣ ମହାପାତ୍ର ପ୍ରତିଦ୍ୱନ୍ଦିତା କରିଥିବାବେଳ ରବୀନ୍ଦ୍ର ନାଥ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସମ୍ପାଦକ ପଦବୀ ପାଇଁ ନରେଶ ଚନ୍ଦ୍ର ଦାସ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିଲେ। ଉପସଭାପତି ଭାବେ ସରୋଜ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବରେ ଦୁର୍ଯୋଧନ ରାଉତ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠିତ ନିର୍ବାଚନରେ ନିର୍ବାଚନ ଅଧିକାରୀଭାବେ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ ।

Leave A Reply

Your email address will not be published.